ଅଟଳ ଯୁବ ସଙ୍ଗମ ସିଜନ୍‌ 5 ଉଦଘାଟିତ

ବାଲେଶ୍ବର(ସରୋଜ ପଣ୍ଡା): ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଜିଙ୍କ ସ୍ମୃତିରେ ଅଟଳ ଯୁବ ସଙ୍ଗମ ତାର ପଞ୍ଚମ ବର୍ଷ ପୂର୍ତ୍ତି ପାଳନ କରୁଅଛି!  ସକାଳ. 11 ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ସାନମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବି ସଂଗ୍ରାମ ଦାସ ଏବଂ ଅନ୍ୟତମ ଅତିଥି  ଭାବେ ଜ୍ଞାନ ରଞ୍ଜନ ଦାସ ଙ୍କ ହାତରୁ ଫିତା କାଟି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ!  ଆୟୁର୍ବେଦ କୁ ପ୍ରାଧାନ୍ୟ ଦେଇ ବାଲେଶ୍ୱର ରେ ପ୍ରଥମ ଥର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଗରିବ ତଥା ସାଧାରଣ ଲୋକଙ୍କ ପାଇଁ କରିଥିଲେ!  ଏହି ହାଡ ଭଙ୍ଗା ଶୀତକୁ ଆଖି ଆଗରେ ରଖି 200 ରୁ ଅଧିକ ଗରିବ ଏବଂ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ ସଂଗଠନ ତରଫରୁ କରାଯାଇଥିଲା!  ପରେ ପରେ “ସ୍ମୃତି ରେ ବାଜପେୟୀ ” ନାମରେ ଏକ ଫୁଲ ଗଛ ଲଗାଇଯାଇଥିଲା!  ସେହି ସମୟ ମଧ୍ୟରେ ଆସିଥିବା ଦେବତୁଲ୍ୟ ଅତିଥି ଙ୍କୁ ମିଡ଼ିଆ ସଞ୍ଜଜକ ସର୍ବେଶ୍ୱର ବୁଗୁଡ଼ାଇ ମଞ୍ଚ କୁ ନିମନ୍ତ୍ରଣ କରିଥିଲେ ସମସ୍ତ ସଦସ୍ୟ ମାନେ ଆସିଥିବା ଅତିଥିଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେୟୀ ସମ୍ବର୍ଦ୍ଧିତ କରିଥିଲେ!  ସମସ୍ତ ଅତିଥି ବୃନ୍ଦ ସଂଗଠନ ର ଏଭଳି ନିଆରା ଏବଂ ଜନସେବା କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିବା ସହ ସଂଗଠନ ର ଉତ୍ତରତ କାମନା କରି ସଂଗଠନ ର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ ଦେଇଥିଲେ ଶେଷରେ ବିଭିନ୍ନ ସହରରୁ ଆସିଥିବା ବାଳକ ବାଳିକା ମାନଙ୍କ ପ୍ରତିଯୋଗିତା କୁ ବହୁତ ସମୟ ଦେଖି ଖୁବ ଆନନ୍ଦିତ ହେବା ସହ ପ୍ରତିଯୋଗିତା ମାନଙ୍କୁ ଆଶୀର୍ବାଦ ଦେଇଥିଲେ! ମଞ୍ଚ ପରିଚାଳନା କରୁଥିବା ସଂଗଠନ ର ସଭାପତି ତଥା ପ୍ରତିଷ୍ଠାତା ବିକାଶ କୁମାର ପାଢ଼ୀ ଆଗାମୀ ଦିନରେ ୟା ଠାରୁ ଅଧିକ ଲୋକଙ୍କ ପାଇଁ ସେବା ସହିତ ସଂଗଠନ ମାଧ୍ୟମରେ ସାମାଜିକ କାମ କରିବେ ବୋଲି କହିଥିଲେ!  ସଂଗଠନ ପ୍ରତି ନିଷ୍ଠା ଏବଂ ଭଲପାଇବା ଦେଖି ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେଇଥିଲେ!  ସଂଗଠନ ର ମୁଖ୍ୟ ପୃଷ୍ଟ ପୋଷକ ପର୍ଶୁରାମ ବେହେରା ସଭାପତି ତଥା ପ୍ରତିଷ୍ଠାତା ବିକାଶ ପାଢ଼ୀ ମୁଖ୍ୟ ପରାମର୍ଶ ଦାତା ସୁଜିତ ଦେ , ଉପାଧ୍ୟକ୍ଷ ବେଣୁଧର ଦାସ, ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ଡା ସିଦ୍ଧାର୍ଥ ପତି ଜୋନାଲ ସଭାପତି ଧୀରଜ ମହାନ୍ତି, ସମ୍ପାଦକ ପ୍ରହଲ୍ଲାଦ ଦାସ, ଯୁବ ଉପସଭାପତି କାଁହୁ ଚରଣ ମହାଳିକ, ପ୍ରମୋଦ ଦାସ,ଶକ୍ତି କୁମାର ଦାସ,  ମହିଳା ସଭାପତି ମଧୁଶ୍ରୀ ପଣ୍ଡା ମହିଳା କାର୍ଯ୍ୟକାରିଣୀ ସଭାପତି ସଂଘମିତ୍ରା ମହାନ୍ତି ସଂଜୀବ ପ୍ରଧାନ, ମହେଶ ସିଂ, ରାଜେନ୍ଦ୍ର ଚାଟର୍ଜି, ଡମ୍ବରୁଧର ମହାପାତ୍ର, ଜ୍ୟୋତିର୍ମୟୀ ସାମଲ,ସମରେଶ କୁମାର ସାମଲ , ଅପରାଜିତା ସେନ,ସସ୍ମିତା ଶୁକ୍ଳା,ନସିମା ବିବି,ସୁକାନ୍ତି ଦେବ ଗୋସ୍ୱାମୀ,ପ୍ରମୋଦ ସାହୁ, ଅରିବିନ୍ଦ ପାତ୍ର, ଶ୍ରୀୟା ଦାସ, ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ