ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ଗଜପତିରେ ବିକ୍ଷୋଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ବରର୍ବରତାକୁ ବିରୋଧ କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦଶନ ଜରାଯାଇଛି. ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ବାଂଲାଦେଶରେ ରହୁଥିବା ହିନ୍ଦୁ ମାନଙ୍କ ସୁରକ୍ଷା ଦାୟିତ୍ୱ ଭାରତ ସରକାର ବହନ କରନ୍ତୁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପ୍ରତିନିଧିମାନେ ଦାବି କରିବା ସହ ଓଡିଶାର ବିଭିନ୍ନ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସମ୍ପୂର୍ଣ ଭାବେ ରୋକାଯିବା ସହ ଓଡ଼ିଶାରେ ଛଦ୍ମବେଶୀ ଭାବେ ରହିଥିବା ବାଂଲାଦେଶୀମାନଙ୍କୁ ରାଜ୍ୟରୁ ବିଦା କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି.


