ଏନଏସଏସ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ ୧ ଓ ୨ ପକ୍ଷରୁ ଡିସେମ୍ବର ୨୭ ତାରିଖ ଦିନ ପ୍ରସିଦ୍ଧ ଐତିହ୍ୟ ଓ ପର୍ଯ୍ୟଟନ ପୀଠ ବୁଦ୍ଧଖୋଲାରେ ଏନଏସଏସ ର ଉଭୟ ୟୁନିଟର ସ୍ବେଛାସେବୀଙ୍କ ଦ୍ଵାରା “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱେଚ୍ଛାସେବୀ ବୃନ୍ଦ ବୁଦ୍ଧଖୋଲର ପାହାଚ ଗୁଡିକୁ ସଫା କରିବା ସହିତ ପରିବେଶ ସୁରକ୍ଷା ବିଷୟ ନେଇ ଆସିଥିବା ପର୍ଯ୍ୟଟକମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଏବଂ ୟୁନିଟ-୨ ପ୍ରୋଗ୍ରାମ  ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଇଂରାଜୀ ବିଭାଗ ଅଧ୍ୟାପିକା ଶୁଭ୍ରକେଶୀ ବଡମୁଣ୍ଡି ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ