“ସାମ୍ରାଜ୍ୟବାଦୀ ଫାସିବାଦ-ବିଶ୍ୱ ଶାନ୍ତି ପାଇଁ ବିପଦ” ଆଲୋଚନା ଚକ୍ର

ଛତ୍ରପୁର, (ଓ୍ବାଇଏନଏସ): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭଵନ ପରିସର ରେ ଜିଲ୍ଲା ସଭାପତି ତଥା ଆଇନଜୀବି ହର ପ୍ରସାଦ ରଥ ଙ୍କ ଅଧ୍ୟକ୍ଷତା ରେ “ସାମ୍ରାଜ୍ୟବାଦୀ ଫାସିବାଦ – ବିଶ୍ୱ ଶାନ୍ତି ପାଇଁ ବିପଦ” ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ  ରାଜ୍ୟ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଇସକଫ ଗଞ୍ଜାମ ଜିଲ୍ଲା ସମ୍ପାଦକ କୈଳାଶ ପଲାଇ,  ଆଇନଜୀବୀ ଆଦିତ୍ୟ ନାରାୟଣ ମିଶ୍ର, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଝୁଲି ବେହେରା, ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ନୀଳକଣ୍ଠ ଦାଶ, ସିଏଚ ଜନାର୍ଦନ ରେଡ୍ଡୀ, ଏସ. କ୍ରିଷ୍ଣା ରେଡ୍ଡୀ, ରାଜେନ୍ଦ୍ର ନାହାକ,  ପ୍ରଫୁଲ କୁମାର ପାଣିଗ୍ରାହୀ ଏନ. ସୁକାନ୍ତ ଆଚାରୀ ଓ ନବୀନ ଗୌଡ଼ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ l ପ୍ରାରମ୍ଭ ରେ ଇସକଫ ର ରାଜ୍ୟ ସଭାପତି ଶ୍ରୀ ପଣ୍ଡା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ କହିଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ