ବଳଦେବ ହାଇସ୍କୁଲର ୧୯୭୯ବ୍ୟାଚ ବନ୍ଧୁମିଳନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଟାଉନ୍ ସ୍ଥିତ ବଳଦେବ ହାଇସ୍କୁଲର ୧୯୭୯ ମାଟ୍ରିକ ବ୍ୟାଚ ପୁରାତନ ଶିକ୍ଷାର୍ଥୀ ମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ବୁଧବାର ଦାନପୁର ନିକଟ ମା’ ରାମଚଣ୍ଡୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଜ୍ଞାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉକ୍ତ ଖ୍ୟାତାନାମା ହାଇସ୍କୁଲରେ ପାଠପଢି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଉକ୍ତ ବିଦ୍ୟାଳୟକୁ ସହଯୋଗ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମିର ବିକାଶ, ଆବଶ୍ୟକ ଆଧୁନିକ ପାଠ ଉପକରଣ ଯୋଗାଣ, ଶୈକ୍ଷିକ ଗୁଣବତ୍ତାର ବିକାଶ ଏବଂ ପ୍ରୋତ୍ସାହନ ସଂପର୍କରେ ଅକ୍ଷୟ ସାହୁ, ବିଜୟ ସାହୁ, ଅମର ସାହୁ, ଶରତ ବେହୁରା, କାର୍ତ୍ତିକ ରାଉତ, ଉମା ମହାପାତ୍ର, ଶଙ୍କର ବାରିକ, କାର୍ତ୍ତିକ ସାହୁ, ବଳିଆ ପଣ୍ଡା, ଜୟନ୍ତ ଦାସ ପ୍ରମୁଖ ଦୃଷ୍ଟିପାତ କରିଥିଲେ । ପୁରାତନ ଛାତ୍ର ବନ୍ଧୁମାନଙ୍କ ମଧ୍ୟରୁ ନିକଟରେ ପରଲୋକ ଘଟିଥିବା ସାଥି ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା । ଏପରି ଦୁଃସ୍ଥିତ ସମୟେ ଦିବଂଗତ ସାଥିର ଶୋକାକୁଳ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ନିଷ୍ପତି କରାଯାଇଥିଲା । ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ଶିକ୍ଷାର୍ଥୀଙ୍କୁ ପୁରସ୍କାର ସହ ଅଧିକ ଉଚ୍ଚ ଶିକ୍ଷା ପାଇବା ଦିଗରେ ସହାୟତା କରାଯିବାକୁ ସ୍ଥିର କରାଯାଇଥିଲା । ପୁରାତନ ଛାତ୍ର ତଥା ସୁସଂଗଠକ ନିତ୍ୟାନନ୍ଦ ବେହେରା ଏହି ବନ୍ଧୁ ମିଳନ ଉତ୍ସବର ସଂଯୋଜନା କରିଥିବା ବେଳେ ସାଥି ଗୈାରିଶଙ୍କର ମହାପାତ୍ର ଦମ୍ପତିଙ୍କ ଉପସ୍ଥିତ ଉତ୍ସବକୁ ବେଶ୍ ଉତ୍ସାହ ପୂର୍ଣ୍ଣ କରିଥିଲା ।


