ବିଜେପି ଜିଲ୍ଲା ଉପସଭାପତି ଉପୀନ ରାଉତଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ଜିଲ୍ଲା ଉପସଭାପତି ଉପୀନ କୁମାର ରାଉତଙ୍କୁ କେନ୍ଦ୍ରାପଡା ୬ନମ୍ବର ସଦର ମଣ୍ଡଳ ପକ୍ଷରୁ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମଣ୍ଡଳ ସଭାପତି ବାବାଜୀ ଚରଣ ବେହେରାଙ୍କ ନେତୃତ୍ୱରେ ବିଜେପିର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ସମେତ କର୍ମୀମାନେ ଏକ ଶୋଭାଯାତ୍ରାରେ ଶ୍ରୀ ରାଉତଙ୍କୁ ନାନକାର ନିକଟରୁ ପାଛୋଟି ଆଣିବା ସହ ଚକ୍ରୋଡା ଗ୍ରାମପଞ୍ଚାୟତର ତରାପୁରସ୍ଥିତ ମା’ଶାରଳାଙ୍କ ମନ୍ଦିର ପରିସରରେ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏହି ଅବସରରେ ଉପସଭାପତି ଶ୍ରୀ ରାଉତ ମା’ଶାରଳାଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ନିଯୁକ୍ତି ପାଇଁ ଶ୍ରୀ ରାଉତ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ବୈଜୟନ୍ତ ପଣ୍ଡା, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳର ସଂଗଠନକୁ ଅଧିକ ସୃଦୃଢ କରିବେ ବୋଲି କହିଛନ୍ତି। ଅତୀତରେ ଶ୍ରୀ ରାଉତଙ୍କୁ ଦଳ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ନିଷ୍ଠାର ସହ ନିର୍ବାହ କରିଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ବନ୍ଦନାରାଣୀ ରାଉତରାୟ, ରଶ୍ମୀରଞ୍ଜନ ରାଉତ, ଲକ୍ଷ୍ମଣ ସାହୁ, ବରଦା ବିଶ୍ୱାଳ, ତପନ ମହାନ୍ତି, କ୍ଷୀରୋଦ ଭୋଳ, ଶରତ ଚନ୍ଦ୍ର ସେଠୀ, ପଙ୍କଜ ଦାସ, କେଶବ ମିଶ୍ର, ଶୁଭମ କୁମାର ବେହେରା, ଅଜୟ କୁମାର ସ୍ୱାଇଁ, ବଷ୍ଟମ ରାଉତ, ପ୍ରତାପ ଚନ୍ଦ୍ର ଧଳ, ସୁମନ୍ତ ବାରିକ, ବସନ୍ତ ଜେନା, ଅନିଲ ସ୍ୱାଇଁ, ସ୍ୱାଧୀନ ମହାପାତ୍ର, ସନ୍ଦୀପ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ