ମାଟି କଢ଼େଇ ଉଠାଇ ଶ୍ରମିକଙ୍କୁ ଉତ୍ସାହିତ କଲେ ବିଡ଼ିଓ

ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ସୋଡ଼କ ଗ୍ରାମରେ ନବ ବର୍ଷ ଅବସରରେ ଗୁରୁବାର ଦିନ ଭି ବି ଜି ରାମ ଜୀ ରୋଜଗାର ଦିବସ ପାଳିତ ହୋଇଯାଇଛି। ପୂର୍ବରୁ ଏମ ଜି ଏନ ଆର ଇ ଜି ଏସ ନାମ ଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାର ସେହି ଯୋଜନାକୁ ଭି ବି ଜି ରାମ ଜୀ କରିଛନ୍ତି। ଏହି ଅବସରରେ ବିଡ଼ିଓ ଶଶିଭୂଷଣ ମହାପାତ୍ର ସୋଡ଼କ ଗ୍ରାମରେ ପହଞ୍ଚି ଶ୍ରମିକମାନଙ୍କ ସହ ମିଶି ହାତରେ କୋଦାଳ ଧରିବା ସହ ମାଟି କଡେଇ ଉଠାଇ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ। ବିଡ଼ିଓ ଶ୍ରୀ ମହାପାତ୍ର ଶ୍ରମିକମାନଙ୍କୁ ଉତ୍ତରୀୟ ପକାଇ ସମ୍ମାନିତ କରି ମିଠା ବାଣ୍ଟିଥିଲେ। ଏହି ଅବସରରେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଏଲ ଏନ ପଟ୍ଟନାୟକ,ଏପିଓ କବିରାଜ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଉତ୍କଳ ପ୍ରଧାନ  ସମେତ ଶ୍ରମିକମାନେ ଶ୍ରମଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ