ବ୍ଲକରେ କର୍ମଚାରୀଙ୍କ ମନଇଚ୍ଛା କାର୍ଯ୍ୟ :ସେବା ନ ପାଇ ଫେରୁଛନ୍ତି ହିତାଧିକାରୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଉପକୂଳବର୍ତ୍ତୀ ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟ କୁ ସଠିକ ସମୟରେ ଅଧିକାରୀ, କର୍ମଚାରୀ ଆସୁନଥିବା ଅଭିଯୋଗ ହେଉଛି। ଅଧିକାରୀ ଓ କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ପାଈଁ ଦୂରଦୁରାନ୍ତରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟ ରେ ପୂର୍ବାହ୍ନ ନିର୍ଦ୍ଧାରିତ ସମୟରେ ପହଂଚିବାକୁ ନିୟମ ଥିବା ବେଳେ ମନଇଚ୍ଛା, ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କୁ ଉଲ୍ଲଘଂନ କରି ଦିନ ୧୧ଘ ୩୦ମିନିଟ ପରେ ଅଧିକାଂଶ କର୍ମଚାରୀ ଆସୁଛନ୍ତି। ଏହା ଶହ ଅପରାହ୍ନ ୩ଟା ରେ ଅନେକ କର୍ମଚାରୀ ବିଭିନ୍ନ ଆଳ ଦେଖାଇ ଗଳା ବାଟ ଦେଇ ପ୍ରସ୍ଥାନ କରି ଯାଉଛନ୍ତି।କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ଓ ଯାତାୟାତ ପାଈଁ ସାଧାରଣ ଜନତା ଓ ଲୋକ ପ୍ରତିନିଧି ସେବା ନପାଇ ନିରାଶ ହେଉଛନ୍ତି।ମାସ ର ଅନେକ ସମୟରେ ବ୍ଲକରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ବିଭିନ୍ନ ସମୟରେ ଘରୁ ଆସୁଥିବା ବେଳେ କିନ୍ତୁ ବିଳମ୍ବ ରେ ପହଂଚିଥିଲେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ରେ ସାଧାରଣ ଲୋକ ପଚାରିଲେ ଧାଡିକିଆ ଉତ୍ତର କ୍ଷେତ୍ର ପରିଦର୍ଶନ ଯାଇଥିଲୁ। ସାଧାରଣ ଜନତା ଙ୍କ ଅର୍ଥରେ ରାଜକୋଷ ରୁ କର୍ମଚାରୀ ବେତନ ପାଉଥିବା ବେଳେ ସଠିକ ସମୟରେ ଆସୁନାହାନ୍ତି।ଯଦି ବ୍ଲକ କାର୍ଯ୍ୟାଳୟ କୁ ହିତାଧିକାରୀ ଆସନ୍ତି, ତେବେ ମନଇଚ୍ଛା କାର୍ଯ୍ୟାଳୟ ଖୋଲିବା, ମନଇଚ୍ଛା ଅଧିକାରୀ କାର୍ଯ୍ୟରେ ଯୋଗଦେବା ଭଳି ସମସ୍ୟା ହେତୁ ସେବା ନ ପାଇ ଫେରିଯାଉଛନ୍ତି ସାଧାରଣ ଜନତା। ଅସ୍ତରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଏ ସବୁ ଜାଣି ମଧ୍ୟ ନିରବ ଥିବା ବେଳେ ଗଣ ମାଧ୍ୟ୍ୟମ ପ୍ରତିନିଧି ପ୍ରଶ୍ନ କଲେ ଘଟଣାକୁ ଏଡାଇବାକୁ ଉତ୍ତର ବିଭିନ୍ନ ଢଙ୍ଗରେ ରଖିଥାନ୍ତି। ଯାହାକି କର୍ମଚାରୀ ମାନେ ସରକାରୀ ନିୟମ କୁ ଖୁଲମ ଖୁଲ୍ଲା ଉଲ୍ଲଘନ କରୁଛନ୍ତି ବ୍ଲକ ପ୍ରଶାସନ। ଏଭଳି ଘଟଣା ଅଞ୍ଚଳର ବୁଦ୍ଧିଜୀବି ତଥା ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି।


