ଶାସଙ୍ଗ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ଶାସଙ୍ଗ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କ୍ରୀଡାଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ରାଉତ,ପଦ୍ମନାଭ ସାମଲଙ୍କ ସଂଯୋଜନାରେ ୮ ଓ ୯ ତାରିଖ ଦୁଇଦିନ ଧରି ୩୨ତମ ବାର୍ଷିକ କ୍ରୀଡା ଆୟୋଜନ ହୋଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଇଧର ନୋତାଲର ପ୍ରଧାନଶିକ୍ଷୟତୀ କୁମୁଦିନି ସାମଲ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ବିଶ୍ଵାଳ, ସମ୍ମାନୀତ ଅତିଥି ଭାବେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ, ଶିକ୍ଷାବିତ ବିଦ୍ୟାଧର କର, ପୂର୍ଣ୍ଣଚନ୍ଦ୍ର ପରିଡା, ବିନୋଦନ ବିହାରୀ ପଣ୍ଡା ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ ।ଏହି ଅବସରରେ କୁନ୍ତଳାଦେବୀ ଓ ମକରଧ୍ବଜ ମେମୋରିଆଲର ଡକ୍ଟର ପ୍ରସନ୍ନ କୁମାର ନାୟକ ମିରାବାଳା ମହାପାତ୍ର ଓ ତାଙ୍କ ପରିବାର ତରଫରୁ ଶ୍ରେଷ୍ଠ ବିଦ୍ୟାର୍ଥୀ ଶୁଭମ ବେହେରା କ୍ରୀଡାରେ ଶ୍ରେଷ୍ଠତ୍ଵ ପ୍ରତିପାଳନ କରିଥିବା ସାଇପ୍ରତୀକ୍ଷା ଜେନାଙ୍କୁ ମାନପତ୍ର ଓ ଅର୍ଥରାଶୀ ପ୍ରଦାନ କରାଯାଇଥିଲା ସେହିପରି ଜୁନିଅର ବର୍ଗର ଛାତ୍ର ମହେଶ୍ବର ଜେନା ଛାତ୍ରୀ ସୁଚିସ୍ମିତା ବାରିକ ଓ ସବଜୁନିଅର ଛାତ୍ର କମଳାକାନ୍ତ ମହାନ୍ତ ଛାତ୍ରୀ ଇପ୍ସିତା ସାମଲଙ୍କ ସମେତ ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଶ୍ରୀଯୁକ୍ତ ମାଧବାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ବିଶ୍ୱାଳ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରଦୀପ କୁମାର ସ୍ୱାଇଁ ସତ୍ୟବ୍ରତ ବିଶ୍ଵାଳ ପର୍ଶୁରାମ ନାୟକ ରମେଶ ଚନ୍ଦ୍ର ନାୟକ କନକ ସାହୁ ମଞ୍ଡୁଲତା ବାରିକ କାର୍ଯ୍ୟ ପରିଚାଳନା କରିଥିଲେ।


