ଆନ୍ଧ୍ରରୁ ଗଜପତି ଆସିଥିବା 2 ଟି ବେଆଇନ ଟିପ୍ପର ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ପଡୋଶୀ ଆନ୍ଧ୍ରରୁ ଚୋରାରେ ବାଲି ଆଣି ଚଢ଼ା ଦରରେ ବିକ୍ରି କରିବା ପାଇଁ ଚୁକ୍ତି କରି ପାରଳା ସହରକୁ ବାଲି ଧରି ଆସିଥିବା ଦୁଇ ଗୋଟି ବେଆଇନ ବାଲି ବୋଝେଇ ଟିପ୍ପରକୁ ଜିଲ୍ଲା ଖଣି ବିଭାଗ ଜବତ କରିଥିବା ସୂଚନା ମିଳିଛି। ଏହି ଚୋରା ଚାଲାଣ ପାଇଁ ଟିପ୍ପର ପିଛା 4 ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି. ଆନ୍ଧ୍ରର ବାଲି ଗଜପତି ଜିଲ୍ଲାରେ ବେଶ ଚାହିଦା ରହିଛି. ତେଣୁ ଏହି ବାଲିକୁ ଚୋରାରେ ଆଣି ବିକ୍ରି କରି କିଛି ମୁଷ୍ଟିମେୟ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଚାଲିଛନ୍ତି. ହେଲେ ଗଜପତି ଜିଲ୍ଲା ଖଣି ବିଭାଗ ଏଭଳି ବେଆଇନ ବାଲି ଚାଲାଣ ବିରୁଦ୍ଧରେ ଚଢାଉ ଜାରି ରଖିଛନ୍ତି. ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇ ଦୁଇଟି ଆନ୍ଧ୍ରରୁ ଅଣା ଯାଇଥିବା ବାଲି ବୋଝେଇ ଟିପ୍ପରକୁ ଜବତ କରାଯାଇଥିବା ଜିଲ୍ଲା ଖଣି ଅଧୁକାରୀ ଡିପେନ ପରିଡା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ପଡୋଶୀ ଆନ୍ଧ୍ରରୁ ଚୋରାରେ ବାଲି ଆଣି ଏହି ପାରଳା ସହରରେ ପ୍ରବେଶ କରିବା ଯୋଗୁଁ ଦୁଇ ଗୋଟି ବାଲି ବୋଝେଇ ଟିପ୍ପରକୁ ଜବତ କରାଯାଇଛି. ଗୋଟିଏ ଟିପ୍ପର ପିଛା 4 ଲକ୍ଷ ଟଙ୍କା ଜରିମାନା କରାଯାଇଛି. ଗୋଟିଏ ଟିପ୍ପର 4 ଲକ୍ଷ ଟଙ୍କା ଜରିମାନା ଦେଇ ବାଲି ସହ ଆନ୍ଧ୍ର ଫେରି ଯାଇଥିବା ବେଳେ ଖବର ଲେଖିବା ସୁଦ୍ଧା ଅନ୍ୟ ଏକ ବାଲି ବୋଝେଇ ଟ୍ରକ ଜବତ ହୋଇ ଜିଲ୍ଲା ଖଣି ବିଭାଗ କାର୍ଯାଳୟ ସମ୍ମୁଖରେ ଅଟକି ରହିଛି. ଏହି ଘଟଣା ନେଇ ଶାସକ ଦଳର କିଛି ଲୋକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି. ଏହି ଶାସକ ଦଳର ଲୋକେ ଖଣି ବିଭାଗ ଅଧିକାରୀଙ୍କୁ ଟିପ୍ପର ଜବତ କରିବା ଘଟଣା ନେଇ ଧମକ ଦିଆ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି. ହେଲେ ଜିଲ୍ଲା ଖଣି ବିଭାଗ ଅଧିକାରୀ ଦିପେନ ପରିଡା ଧମକ ଦିଆ ଯାଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି।


