ପାରଳାଖେମୁଣ୍ଡି ସେଞ୍ଚୁରିଅନର ପ୍ରଫେସର ଡ଼. ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ‘ଇନ୍ସପାୟରିଂ ସିଟିଜେନ୍ସ ଆୱାର୍ଡ’ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିର ପ୍ରଫେସର ଓ ଡିନ୍ ପ୍ରଫେସର (ଡ଼.) ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ “ରିଶେପିଙ୍ଗ୍ ଏ ଗ୍ରୀନର ଫ୍ୟୁଚର୍‌” ଶୀର୍ଷକ ଜାତୀୟ ସେମିନାର ଓ ଆୱାର୍ଡ ୱାର୍ଡ କମ୍ବେ ଭ୍ ଅବସରରେ ସମ୍ମାନଜନକ ଇନ୍ସପାୟରିଂ ସିଟିଜେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି। ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ସେକ୍ସ୍ ରିଲାଏନ୍ସ ଆୟୋଜିତ ଏହି କାର୍ଯ୍ୟକ୍ରମ ଭୁବନେଶ୍ବରସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡିଶାରେ ଅନୁଷ୍ଠିତ ହୋଇଥିଲା। ରିମୋଟ୍ ସେନ୍ସିଙ୍ଗ, ଜିଓଗ୍ରାଫିକ୍ ଇନଫର୍ମେସନ୍ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘକାଳୀନ, ଗୁରୁତ୍ବପୂର୍ଣ ଗବେଷଣା ଓ ଶିକ୍ଷାଗତ ଅବଦାନକୁ ସ୍ବୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି | ସେ ଏହି ଅବସରରେ “ରିଶେପିଙ୍ଗ୍ ଏ ଗ୍ରୀନର ପ୍ଯୁଚର୍ ୟୁଜିଙ୍ଗ୍ ରିମୋଟ୍ ସେନିଂ ଆପ୍ରୋଚ୍'” ବିଷୟରେ ଏକ ଚିନ୍ତନଶୀଳ ଳ ଉଲ୍ଲେଖନୀୟ ଭାଷଣ ଦେଇ ପରିବେଶ ସୁରକ୍ଷା, ଜଳବାୟୁ ସହନଶୀଳତା ସୁସ୍ଥିର ଉନ୍ନତିରେ ଭୂ-ସୂଚନା ପ୍ରଯୁକ୍ତିର ଭୂମିକାକୁ ଉଦ୍‌ଘାଟିତ କରିଥିଲେ। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରଶାସକ, ଶିକ୍ଷାବିଦ୍, ବୈ ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ ଓ ନୀତିନିର୍ଦ୍ଧାରକମାନଙ୍କ ଉପସ୍ଥିତି ISR ର ସାମାଜିକ ଦାୟିତ୍ବ, ଉତ୍କୃଷ୍ଟତାର ର ସ୍ବୀକୃତି ଓ ଦେଶର ସୁସ୍ଥିର ଏବଂ ସମାବେଶୀ ଉନ୍ନତି ପ୍ରତି ଏହାର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ