ଇଞ୍ଚୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ଇଞ୍ଚୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ତ୍ୱରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ମୁଖ୍ୟବକ୍ତା ଭାବେ ଆମ୍ବୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମନାଭ ଖମାରି, ବିଶେଷ ଅତିଥି ଭାବେ ଇଞ୍ଚୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ସସ୍ମିତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ଇଞ୍ଚୋଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବାବୁ ଜେନା, ଇଞ୍ଚୋଳ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ମନୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ତ୍ୟାଗ ହିଁ ସୁସ୍ଥ ସମାଜ ଗଠନ କରେ ବୋଲି ମୁଖ୍ୟଅତିଥି ଅଭିମନ୍ୟୁ ସେଠି ମତ ବ୍ୟକ୍ତ କରିଥିଲେ । ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା l ଚିତ୍ରାଙ୍କନରେ ଅର୍ଚିତା ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସନ୍ଧ୍ୟାରାଣୀ ବାରିକ ଏରିଥ ମାଟିକ ରେସ ରେ ପ୍ରଥମ, ଧୀର ସାଇକଲ ଚଳନାରେ ଶାନ୍ତନୁ ନାୟକ, ପ୍ରବନ୍ଧ ଲିଖନରେ ସାଇଶିଖା ମଲ୍ଲିକ, ଶୁଦ୍ଧ ଓ ସୁନ୍ଦର ହସ୍ତାକ୍ଷର, ମ୍ୟୁଜିକ ଚେୟାର, କୁଇଜ ଓ ନୃତ୍ୟ ରେ ଡି. ୟୁ. ଦେବଂଶୀ ଶା, ବକ୍ତୃତା ରେ ଅମୀୟ କୁମାର ବିଶ୍ୱାଳ ଓ ସଂଗୀତରେ ଅଂଶୁମାନ ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ l ଡ଼ି. ୟୁ. ଦେବଂଶୀ ଙ୍କୁ ଚମ୍ପିୟାନ ଭାବେ ଟ୍ରଫି, ମାନପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା l ଶିକ୍ଷକ ବିଷ୍ଣୁ ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ ସମ୍ପାଦକୀୟ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ