ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଦିଗପହଣ୍ଡି ,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ପୁଞ୍ଜିକୟାଁ ଛକ ସ୍ଥିତ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ଠାରେ ରବିବାର  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଁ ଚାମୁଣ୍ଡା ଦେବୀ ମନ୍ଦିର ପରିଚାଳନା କମିଟି, ଖେମୁଣ୍ଡି ସ୍ଵେଚ୍ଛାକୃତ ରକ୍ତଦାତା ସଂଘର ମିଳିତ ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର ଏମକେସିଜି ଏମସିଏଚ୍ ରକ୍ତକେନ୍ଦ୍ର ସହଯୋଗରେ ଆୟୋଜିତ ଶିବିରରେ ମୋଟ ୪୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।  ମୁନା ବିଷୋୟୀ ପ୍ରଥମେ ରକ୍ତଦାନ କରିଥିଲେ।ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ  ପଣ୍ଡା ଙ୍କ ସମେତ  ରକ୍ତଦାତା ସଂଘର ସଭାପତି ଭି. ଧର୍ମ ରାଜୁ, ପ୍ରାକ୍ତନ ସଭାପତି ତପନ କୁମାର ମିଶ୍ର, ସମ୍ପାଦକ ହରପ୍ରସାଦ ରଥ, ଆଇନଜୀବି ମନୋରଞ୍ଜନ ପଣ୍ଡା, କାଉନସିଲର ଦୀପକ କୁମାର ମିଶ୍ର, ନୀଳମାଧବ ଗୈାଡ,  ରଞ୍ଜିତ କୁମାର ବେହେରା, ଖବରଦାତା ରବିନ୍ଦ୍ର ନାଥ ଡାକୁଆ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର  ରକ୍ତକେନ୍ଦ୍ର ମେଡିକାଲ ଅଫିସର ଡ଼ା. ରାମଚନ୍ଦ୍ର ମହାପାତ୍ର, କର୍ମଚାରୀ ରିଙ୍କୁ ସାହୁ, ପ୍ରଦୀପ ସୁବୁଦ୍ଧି, ବିକ୍ରମ ଦୀକ୍ଷିତ, ଗୋପାଳ ସାହୁ ଏବଂ ଡମ୍ବରୁ ବାହାଦୁର ଶିବିର ପରିଚାଳନା କରିଥିବା ବେଳେ ମାଁ ଚାମୁଣ୍ଡା ଦେବୀ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ବ୍ରହ୍ମଚାରୀ ସ୍ଵରୂପ, ଲଲାଟେନ୍ଦୁ ପ୍ରଧାନ, ମିଲନ ପାଣିଗ୍ରାହୀ,ଟିକିନା ପଟ୍ଟନାୟକ,ବଣ୍ଟି ପଣ୍ଡା,ଅଜୟ କୁମାର ପ୍ରଧାନ, ବିଘ୍ନରାଜ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ