ଆଦିବାସୀ ଙ୍କୁ କମ୍ବଳ ବଣ୍ଟନ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଗାଁ ସିଲେଇସିଙ୍ଗି ରେ ଗୋପବନ୍ଧୁ ସେବା ସମିତି ଦ୍ୱାରା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ରେ 100 ରୁ ଉର୍ଦ୍ଧ କମ୍ବଳ ବଣ୍ଟନ କରାଯାଇ ସେମାନଙ୍କ ସମସ୍ୟା ଓ ପରମ୍ପରା ସମ୍ପର୍କ ରେ ଆଲୋଚନା ହୋଇଥିଲା.ଆଦିବାସୀ ପାରମ୍ପରିକ ନୃତ୍ୟ ମାଧ୍ୟମ ରେ ଅଞ୍ଚଳ ବାସି ସମିତି କୁ ସ୍ୱାଗତ କରିବା ସହ ଅଞ୍ଚଳ ର ଲୋକ ନୃତ୍ୟ,ଲୋକ ଗୀତ,ଖାଦ୍ୟ ପେୟ,ସଂସ୍କୃତି ସମ୍ପର୍କ ରେ ଅବଗତ କରେଇ ଥିଲେ. ସ୍ଥାନୀୟ ସାମାଜିକ କର୍ମୀ ଅର୍ଜୁନ ସବର ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ସମାଜ ସେବୀ ଗୁରୁ ପ୍ରସାଦ ବିଷୋୟୀ,ପ୍ରଦୀପ କୁମାର ବିଷୋୟୀ,ଜୀବନ ବୀମା ଡି ଓ ଅର୍ଜୁନ ରେଡି,ଉମାଚରଣ ପ୍ରଧାନ,ଅଙ୍ଗନବାଡି କର୍ମୀ ଅର୍ଣ୍ଣପୂର୍ଣ୍ଣା ପାଢ଼ୀ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ.ସମ୍ପାଦକ ପ୍ରସାଦ କୁମାର ମଲିକ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।


