ଫ୍ରେଣ୍ଡସ୍ ୟୁନିଟ କ୍ଲବ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ବୈପାରିଗୁଡା( ବିକ୍ରାନ୍ତ କୁମାର ବେବର୍ତ୍ତା ):ବୈପାରିଗୁଡା ଫ୍ରେଣ୍ଡସ୍ ୟୁନିଟ କ୍ଲବ ପକ୍ଷରୁ ବ୍ଲକ ସଭାଗୃହ ଠାରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ କ୍ଲବର ସଭାପତି ଭୀମସେନ ହରିଜନଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟଅତିଥି ସୁବ୍ରତ କୁମାର ସାହୁ, ସମ୍ମାନୀୟ ଅତିଥି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ସରପଂଚ ସୂର୍ଯ୍ୟମଣି ନାୟକ, ସମିତିସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ଡିଗ୍ରୀ କଲେଜ ଅଧ୍ୟାପକ ହିଂମାଶୁ ଭଟମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିଥି ମାନେ ପ୍ରଥମେ ପରମପୂଜ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ଭାରତୀୟ ସଂସ୍କୃତିକୁ ବିଶ୍ୱ ଦରବାରରେ ସଠିକ ଭାବେ ଉପସ୍ଥାପନ କରିବା ସହ ନିଜ ନିଜ ଭିତରେ କଳହ ପରିବର୍ତେ ସାହାର୍ଯ୍ୟ ,ଘୃଣା ପରିବର୍ତେ ପ୍ରେମ କରିବା ଉପରେ ଗୁରୁତ୍ୱ ଦେବାକୁ ପରାର୍ମଶ ଦେଇଥିଲେ । ଆଜିର ଦିନରେ ପରମପୂଜ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ମନ ପକାଇବା ପାଇଁ ଜାତୀୟ ଯୁବ ଦିବସ ପାଳନ କରାଯାଉଛି ବୋଲି ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।୨୦୨୫-୨୦୨୫ ମସିହାରେ ବ୍ଲକ ଅଂଚଳର ଯେକୌଣସି ସ୍ଥାନରେ ଯୁବକଯୁବତୀ ଓ ଛାତ୍ରଛାତ୍ରୀ ମାନେ ସାମାଜିକ କ୍ଷେତ୍ରରେ ଉଲ୍ଲେଖୀନ କାର୍ଯ୍ୟ କିମ୍ବା ସମାଜସେବା , ଅସହାୟ ଗରିବ ଶ୍ରେଣୀର ଲୋକଙ୍କୁ ସେବା କାର୍ଯ୍ୟ କରିଥିବା ଯୁବଗୋଷ୍ଠୀ ଯଶୋଦା ମାଝୀଙ୍କୁ ଅତିଥି ମାନେ ପୁରସ୍କାର ସହ ମାନପତ୍ର ପ୍ରଦାନ କରି ଜାତୀୟ ଯୁବ ଦିବସ ରେ ସମ୍ମାନୀତ ହୋଇଥିଲେ । ଫ୍ରେଣ୍ଡସ୍ ୟୁନିଟ କ୍ଲବ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ କରିଥିବା କାର୍ଯ୍ୟକ୍ରମର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଫ୍ରେଣ୍ଡସ୍ ୟୁନିଟ କ୍ଲବର ସଭାପତି ଭୀମସେନ ବିଶୋଇ, କେ.ଉମା ମହେଶ୍ୱର, ସନୁ ତେନ୍ତୁଲିପଡିଆ, ନଟବର ପଟ୍ଟନାୟକ ଏନ.ସନ୍ତୋଷ କୁମାରଙ୍କ ସହିତ କଲେଜର ଏନଏସଏସ ଛାତ୍ରଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ