ମକର ସଂକ୍ରାନ୍ତିରେ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ସମାଗମ

କାକଟପୁର/ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):ଆଜି ପବିତ୍ର ମକର ସଂକ୍ରାନ୍ତିରେ କାକଟପୁର ଅଧିଷ୍ଟାତୀ ଜଗତ ଜନନୀ ମା ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି | ସକାଳୁ ସେବାୟତ ମାନେ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ମଙ୍ଗଳ ଆଳତୀ ସମେତ ଯଥା ରିତିକାନ୍ତିରେ ପୂଜାର୍ଚ୍ଚନା କରିଛନ୍ତି । ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ମକର ସଂକ୍ରାନ୍ତିରେ ମକର ବୁଡ ଦେଇ ମା”ଙ୍କର ସୁନାବେଶ ଦେଖିବା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି | ଏହା ସହିତ ମକର ସଂକ୍ରାନ୍ତିରେ ମାଙ୍କ ନିକଟରେ ମକର ଚାଉଳ ଭୋଗ ଲାଗିଥାଏ । ଏହି ମକର ଭୋଗ ପାଇଲେ ଭାଗ୍ୟବାନ ହୋଇଥାଏ ବୋଲି ବିସ୍ବାସ ରହିଛି ।ପରମ୍ପରା ଅନୁସାରେ ମା ଧନୁ ସଂକ୍ରାନ୍ତିରେ ବାପା ଘରକୁ ମୁଆଁ ଭାର ନେଇ ଯାଇଥିଲେ ଆଜି ମକର ସଂକ୍ରାନ୍ତିରେ ମକର ଭାର ଆଣି ଆସିଥିଲେ ସେଥିପାଇଁ ଆଜି ମଙ୍ଗଳା ମନ୍ଦିରରେ ଅପରାହ୍ନରେ ମାଙ୍କ ନିକଟରେ ମକର ଚାଉଳ ଭୋଗ ସୁସରଜିତ ଫୁଲରେ ମାଙ୍କ ଆଜ୍ଞା ନେଇ ଘଣ୍ଟ,ଘଣ୍ଟା,କାହାଳୀ, ମୂର୍ଦଙ୍ଗ ବାଦ୍ୟରେ ମନ୍ଦିର ଭାହାରକୁ ଅଣାଯାଇ ମନ୍ଦିର ର ତିନି ଘେରା ପରିକ୍ରମା କରାଯାଇଥିଲା ।ଏହି ମକର ପରିକ୍ରମା ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ