ଦୟନୀୟ ଅବସ୍ଥାରେ ମାଟି ମୂର୍ତ୍ତି ଶିଳ୍ପୀ : ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଜିଲ୍ଲା ମୂର୍ତ୍ତି ଶିଳ୍ପୀ ସଙ୍ଘ

ଛତ୍ରପୁର  (ଓ୍ବାଇଏନଏସ) : ବିଭିନ୍ନ ଦେବା ଦେବି ଙ୍କ ପ୍ରତିମୂର୍ତ୍ତି କୁ ନେଇ ଲୋକଙ୍କ ବେଶ ଆଦର ଦେଖିବାକୁ ମିଳୁଥିବା ବେଳେ ବାଂଲାଦେଶୀ ମୂର୍ତ୍ତି କାରିଗର ମାନଙ୍କ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ଯୋଗୁଁ ଦୟନୀୟ ଅବସ୍ଥାରେ ରହିଛନ୍ତି ମାଟି ମୂର୍ତ୍ତି ଶିଳ୍ପୀ ମାନେ। ଏହି ମୂର୍ତ୍ତି ମାନଙ୍କ ବିସର୍ଜନ ସମୟରେ ଜଳାଶୟ ରେ ଏଗୁଡିକ ପଡି ଜଳାଶୟ ରେ ନ ମିଶିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। ସେହିପରି ସେଗୁଡିକ ଯୋଗୁଁ ମାଟି ମୂର୍ତ୍ତି କାରିଗର ମାନେ ଦୟନୀୟ ଓ ଅଭାବନୀୟ ପରିସ୍ଥିତିରେ ଗତି କରୁଛନ୍ତି । ଏଣୁ ବାଁଲାଦେଶୀ ମାନଙ୍କ ଦ୍ୱାରା ନିର୍ମିତ ହେଉଥିବା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ତିଆରି ବନ୍ଦ କରିବା ପାଇଁ ଶୁକ୍ରବାର ଗଞ୍ଜାମ ଜିଲ୍ଲା ମୂର୍ତ୍ତିସଙ୍ଘ, ପଟ୍ଟଚିତ୍ର ଓ ରଙ୍ଗତୁଳି କଳାକାର ସଙ୍ଘ ପକ୍ଷରୁ ଦାବି ହୋଇଛି ।ସଙ୍ଘର ଗଞ୍ଜାମ ଜିଲ୍ଲା ସଭାପତି ଭଗବାନ ସାହୁ, ଉପ ସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ହୀନ ସ୍ୱାଇଁ ଓ ସହ ସମ୍ପାଦକ ଅକ୍ଷୟ କୁମାର ସାହୁ ଙ୍କ ସମେତ ବହୁ ମୂର୍ତ୍ତି କାରିଗର ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ