୧୪ ତମ ଅଲ ଓଡିଶା ସୋସୋ କପ କ୍ରିକେଟ: ଫାଇନାଲରେ ଇମେଜ ଇଲେଭେନ
ହାଟଡିହି (ଓ୍ବାଇଏନଏସ): ସୋସୋ ପଡ଼ିଆ ଠାରେ ଚାଲିଥିବା ୧୪ତମ ଅଲଓଡିଶା ସୋସୋ କପ କ୍ରିକେଟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଇମେଜ ଇଲେଭେନ ଭଦ୍ରକ ହିଟମାଇଣ୍ଡ ଆଗରପଡାକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି। ଏଥିରେ ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ମାଇନିଙ୍ଗ ଅଫିସର ଖିରୋଦ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଆସନ୍ତା କାଲି କମାଣ୍ଡୋ ଇଲେଭେନ ଭୁବନେଶ୍ୱର ସହିତ ସୋନମ ଇଲେଭେନ ଝାରସୁଗୁଡା ମଧ୍ୟରେ ଦ୍ୱିତୀୟ ସେମିଇଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ସହିତ ଫାଇନାଲ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ରେ ମୋଟ ୮ଟି ଦଳ ଭାଗନେଇଥିବା ବେଳେ ପ୍ରତିଦିନ ହଜାର ହଜାର ଦର୍ଶକଙ୍କ ସମାଗମ ହେଉଛି। ସତ୍ୟଜିତ ମାଝୀ, ଅଶୋକ ରାଉତ, ସମ୍ବିତ ରାଉତ, ହେମନ୍ତ ରାଉତ, ଯତୀନ ପଟେଲ ସୁଶାନ୍ତ ବେହେରା, ସର୍ବଜିତ ପରିଡା, ଆଶିଷ ସୁନ୍ଦର ରାୟ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି।


