ସଂସ୍କୃତ ମହାବିଦ୍ୟାଳୟରେ ମତଦାତା ସଚେତନତା ପ୍ରତିଯୋଗିତା

ଆସିକା (ୱାଇଏନ୍‍ଏସ୍‍) :୧୬ତମ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଭାରତର ନିର୍ବାଚନ କମିଶନର୍‍ ଏବଂ ଓଡିଶା ମୁଖ୍ୟ ନିର୍ବାଚନ କମିଶନର୍‍ ତଥା ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ମତଦାତା ସଚେତନତା ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ଏକ ବୃହତ୍‍ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲା ବେଳେ ଏହାର ସମ୍ବିଧାନ ମହାନ୍‍ ତେଣୁ ନିର୍ବାଚନ ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଅଧ୍ୟୟନରତ ୧୬ ବର୍ଷ ବୟସରୁ ୧୯ ବର୍ଷ ବୟସର ଯୁବପିଢୀ ସାମିଲ୍‍ ହୋଇ ଗଣତନ୍ତ୍ରକୁ ସୁଦୃଢ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ନେଇ ସ୍ଳୋଗାନ୍‍, କ୍ଷୁଦ୍ର ନାଟକ ଏବଂ ରିଲ୍‍ସ ମେକିଂ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଦ୍ୟାର୍ଥୀ ପିଆଲି ପ୍ରଧାନ ଓ ପ୍ରୀତି ଜେନା ଏବଂ ଦ୍ୱିତୀୟ ବର୍ଷର ବିଦ୍ୟାର୍ଥୀ ଦୁତିକୃଷ୍ଣ ପୋଲାଇଙ୍କୁ ଶ୍ରେଷ୍ଠ କୃତି ପ୍ରତିଯୋଗୀ ରୂପେ ଚୟନ କରାଯାଇଥିବା ଜଣାପଡିଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ଭୋଟର ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର, ଶିଶିର କୁମାର ମିଶ୍ର, କବିତା କୁମାରୀ ଦାଶ, କର୍ମଚାରୀ ଟୁନା ମହାରଣା ପ୍ରମୁଖ ସହଯୋଗ କରିଥିଲା ବେଳେ ବିଦ୍ୟାର୍ଥୀମାନେ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ