ଜାନୁଆରୀ ୨୫ରୁ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ବ୍ଲକ ସ୍ତରୀୟ ନେତାଜୀ ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆୟୋଜନରେ ଜାନୁଆରୀ ୨୫ରୁ ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍ -୨୦୨୬ ଆରମ୍ଭ ହେବ । ଜାନୁଆରୀ ୨୫ରେ ପୁଲ-‘ଏ’ର ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟସ କଟକ ସହିତ ଜେ.ଡି.ୱାଇ.ଏ.ସି ଜଗତସିଂପୁର ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ୨୬ରେ ପୁଲ-ଏ ର ମ୍ୟାଚ୍ ବିରାଟ କ୍ରିକେଟ କ୍ଲବ କୋଲକତା ସହିତ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ, ୨୭ରେ ପୁଲ-ବି ର ମ୍ୟାଚ୍ ଇଷ୍ଟ କୋଷ୍ଟ ରେଲୱେ ୱାଲଟିଆର ବିଶାଖାପାଟନମ୍ ସହିତ ରାଇଜିଂ କିି୍ରକେଟ କ୍ଲବ ଝାଡଖଣ୍ଡ, ୨୮ରେ ୟୁନିୟନ ସ୍ପୋଟିଂ କଟକ ସହିତ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ । ୨୯ରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ୨୫ ଓ ୨୬ର ବିଜେତା ମଧ୍ୟରେ ଏବଂ ୩୦ରେ ୨ୟ ସେମିଫାଇନାଲ ମ୍ୟାଚ୍ ୨୭ ଓ ୨୮ର ବିଜେତା ମଧ୍ୟରେ ଅନୁଷ୍ଠିତ ହେବ । ଫେବୃଆରୀ ୧ରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ଏବଂ ସମ୍ପାଦକ ଅରୁଣ କୁମାର ନାୟକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି


