ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତ
ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲୋକନାଥ ପୁର ଶାସନ ର ଧର୍ମ ପରାୟଣ ବ୍ୟକ୍ତି ରାଧାକୃଷ୍ଣ ପାଢ଼ୀ ଙ୍କ ଶାରୀରିକ ଅସୁସ୍ଥତା ହେତୁ ଦେହାନ୍ତ ହୋଇଯାଇଛି.ଭଗବତ ସେବା ରେ ଜୀବନ କୁ ଉତ୍ସର୍ଗ କରିଦେଇଥିବା ବେଳେ ଅସହାୟ ଙ୍କ ବନ୍ଧୁ ଥିଲେ.ଶେଷ ଜୀବନ ପର୍ଯ୍ୟନ୍ତ ଭଗବତ ଗୀତା ରେ ପ୍ରଚାର ଓ ପ୍ରସାର ତଥା ଭଗବତ ଟୁଙ୍ଗି ର ମହତ୍ୱ ସମ୍ପର୍କ ରେ ସଚେତନ କରେ ଉଥିଲେ.ଶୁକ୍ରବାର ପ୍ରାତଃ କାଳ ରେ ଅସୁସ୍ଥତା ଅନୁଭବ କରିବା ରୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇ ଥିଲା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ.ସେ ଜଣେ ମିଷ୍ଟଭାଷୀ,ପରୋପକାରୀ,ସଚ୍ଚଟ ବ୍ୟକ୍ତି ହୋଇଥିବା ହେତୁ ତାଙ୍କ ଦେହାନ୍ତ ରେ ଅଞ୍ଚଳ ରେ ଶୋକ ରେ ଛାୟା ଖେଳି ଯାଇଛି.ତାଙ୍କ ମୃତ୍ୟୁ ବେଳ ରେସ୍ତ୍ରୀ, ଭାଇ,ବନ୍ଧୁ,ପୁଅ,ଝିଅ,ନାତି,ନାତୁଣୀ ତଥା ଅଞ୍ଚଳ ର ବୁଦ୍ଧିଜୀବୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ.


