ଗଙ୍ଗାଧର ବିଷୋୟୀ ବୁଦ୍ଧଖୋଲ ଉନ୍ନୟନ ସମିତିର ନୂତନ ସାଧାରଣ ସମ୍ପାଦକ
ବୁଗୁଡା, (ଅନୀଲ କୁମାର ମହାରଣା) : ପ୍ରସିଦ୍ଧ ପଞ୍ଚ ଶୈବ ପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନ ହୋଇଥିବା “ବୁଦ୍ଧଖୋଲ ଉନ୍ନୟନ ସମିତି” ର ମଧ୍ୟକାଳୀନ ସାଧାରଣ ସମ୍ପାଦକ ଭାବେ ସମାଜସେବୀ ଗଙ୍ଗାଧର ବିଷୋୟୀଙ୍କୁ ବୁଦ୍ଧଖୋଲ ଉନ୍ନୟନ ସମିତିର ସ୍ଥାୟୀ ସଭାପତି ତଥା ସ୍ଥାନୀୟ ବିଧାୟକ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମନୋନୀତ କରିଛନ୍ତି। ପୂର୍ବତନ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ତାଙ୍କ ପଦବୀରୁ ଇସ୍ତଫା ଦେବାପରେ ଶ୍ରୀ ଦାଶଙ୍କ ଇସ୍ତଫା ପତ୍ରକୁ ସଭାପତି ଶ୍ରୀ ମଲ୍ଲିକ ଗ୍ରହଣ କରି ଗଙ୍ଗାଧର ବିଷୋୟୀଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବାକୁ ମନୋନୀତ କରି ପତ୍ର ଦେବାପରେ ଶ୍ରୀ ବିଷୋୟୀ ପୂର୍ବତନ ସମ୍ପାଦକ ଶ୍ରୀ ଦାଶଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ବିଷୋୟୀଙ୍କୁ ସମିତିର ସଦସ୍ୟ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।


