ଗଜପତିରେ ଶବକୁ ବାଇକରେ ବୋହିବା ଘଟଣାକୁ ନେଇ ନାଗରିକ ମଞ୍ଚର ଆନ୍ଦୋଳନ ଚେତାବନୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):  ଗତ ତିନି ଦିନ ତଳେ ଗଜପତି ଜିଲ୍ଲା ଏକ ଶବକୁ ନେବା ପାଇଁ ମହାପ୍ରଣାୟମ ନ ମିଳିବାରୁ ବାଇକରେ ବୋହି ନେବା ଭଳି ଅମାନବୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିବାଦରେ  ‘ଗୁମ୍ମା ନାଗରିକ ମଞ୍ଚ’ ପକ୍ଷରୁ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ  ସରକାର ଓ ପ୍ରଶାସନକୁ କଡ଼ା ଚେତାବନୀ ଦିଆଯାଇଛି। ମଞ୍ଚର ଆବାହକ ସୁସ୍ଥିର ସଡ଼ଙ୍ଗୀ ଏହି ଘଟଣା ପ୍ରତି ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଏହା ସଭ୍ୟ ସମାଜ ପାଇଁ ଏକ କଳଙ୍କିତ ଅଧ୍ୟାୟ। ଜଣେ ମୃତ ବ୍ୟକ୍ତିର ଶେଷ ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଥିବା ପ୍ରଶାସନ ବିରୁଦ୍ଧରେ ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ। ସେହିପରି ମଞ୍ଚର ବରିଷ୍ଠ ଉପଦେଷ୍ଠା ଡଃ ପଲବ କୁମାର ଲିମା ଘଟଣା ନେଇ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ,ଆଦିବାସୀ ବହୁଳ ଦୁର୍ଗମ ଗୁମ୍ମା ବ୍ଲକରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ  ରୂପେ ବିପର୍ଯ୍ୟସ୍ତ ହୋଇପଡିଛି. ସରକାରୀ ସେବା ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି. ହେଲେ ଏହାର କୌଣସି ସୁଫଳ ଲୋକେ ପାଉନାହାନ୍ତି. ମର ଶରୀରକୁ ଘରକୁ ନେବା ପାଇଁ ମହାପ୍ରଣାୟମ ଗାଡି ଦିଆଯିବା ନେଇ ସରକାରୀ ନିୟମରେ ରହିଛି. ତଥାପି ମର ଶରୀର ନେବା ପାଇଁ ପରିବାର ଲୋକେ ବହୁ ଅନୁରୋଧ କରିବା ପରେ ସୁଦ୍ଧା ମହାପ୍ରଣାୟମ ଗାଡି ନ ଦେବା ଯୋଗୁଁ ପରିବାର ଲୋକେ ବାଧ୍ୟ ହୋଇ ଶବକୁ ମଟର ସାଇକେଲରେ ବୋହି ନେଲେ. ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ନାଗରିକ ମଞ୍ଚ ତରଫରୁ ଆନ୍ଦୋଳନ କରାଯିବ. ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସମ୍ପାଦକ ଇଭି6ଜନ, ବୋ୍ୟାଜ ଵେବର୍ତ୍ତା, ମସଲୁନ ରଇଁତଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ପ୍ରଶାସନର ଏହି ଅମାନବୀୟ ମନୋଭାବକୁ ନିନ୍ଦା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ