ଆସିକାରେ ବିଶାଳ ହିନ୍ଦୁ ସମ୍ମିଳନୀ

ଆସିକା  (ୱାଇଏନ୍‍ଏସ୍‍) : ହିନ୍ଦୁ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିବା ଉଦ୍ଦେଶ୍ୟରେ ରବିବାର ସ୍ଥାନୀୟ ପୁଗୁଡେଶ୍ୱରପଲ୍ଲୀ ସ୍ଥିତ ପୁୁଡୁଗେଶ୍ୱର ଶୈବପୀଠ କଲ୍ୟାମ ମଣ୍ଡପ ପରିସରରେ ହିନ୍ଦୁ ସମାଜ ପକ୍ଷରୁ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ସର୍ବପ୍ରଥମ ତଥା ଅତି ପୁରାତନ ହିନ୍ଦୁ ଧର୍ମର ସଂଗଠନକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଅନୁଷ୍ଠିତ ଏହି ବିଶାଳ ହିନ୍ଦୁ ସମ୍ମିଳନୀରେ ଗହଙ୍ଗୁ ମଠ ମହନ୍ତ ରାଘବାନନ୍ଦ ଦାଶ ମହାରାଜ ଓ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତଃ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ରଥ ଏବଂ ଆଧ୍ୟାତ୍ମିକପ୍ରେମୀ ଶିବରାମ ମହାରଣା ଯୋଗଦେଇ ସନାତନ ଧର୍ମର ଐତିହ୍ୟ, ସଂସ୍କୃତି ଓ ଗୌରବମୟ ଇତିହାସ ଉପରେ ଆଲୋକପାତ କରିବା ସାଙ୍ଗକୁ ହିନ୍ଦୁ ଚେତନାକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ କରିବା ସହ ସାମାଜିକ ସମରସତ୍ତା, ସ୍ୱଆଧାରିତ ଜୀବନ, ରାଷ୍ଟ୍ର ପ୍ରତି ହିନ୍ଦୁ ନାଗରିକଙ୍କ କର୍ତ୍ତବ୍ୟବୋଧ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା । ହିନ୍ଦୁ ସମାଜ ପକ୍ଷରୁ ଅନୁଷ୍ଠିତ ଏହି ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ଆୟୋଜକଙ୍କ ପକ୍ଷରୁ ସ୍ଥାନୀୟ ରଘୁନାଥନଗର ଛକ ନିକଟରେ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଭାରତ ମାତାକି ଜୟ ସ୍ଳୋଗାନ୍‍ ଦେଇ ଆଗନ୍ତୁକ ଅତିଥିମାନଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ପୁଡୁଗେଶ୍ୱର ଶୈବପୀଠ ନିକଟକୁ ପୋଛାଟି ନିଆଯାଇଥିଲା । ସେଠାରେ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦେଶବନ୍ଦନା ଗାନ କରାଯାଇଥିଲା । ହିନ୍ଦୁ ସମାଜ ମଧ୍ୟରେ ଜାଗରଣ ସୃଷ୍ଟି ଏବଂ ସନାତନ ଧର୍ମର ସୁରକ୍ଷା, ସଂସ୍କୃତି, ପରମ୍ପରା, ଧାର୍ମିକ ଚେତନା ଓ ଭାଇଚାରାର ସଂପର୍କରକୁ ସଦାସର୍ବଦା ଉଦ୍‍ଜିବିତ କରି ରଖିବା ପାଇଁ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ଏକ ରାଷ୍ଟ୍ର, ଏକ ଧର୍ମ, ଏକ ସଂସ୍କୃତିର ବାର୍ତ୍ତାକୁ ପ୍ରଚାର କରାଯାଇଥିଲା ବେଳେ ହିନ୍ଦୁମାନେ ଜାଗ୍ରତ, ସଂଗଠିତ ଓ ଏକତ୍ରିତ ହେବାକୁ ଆହ୍ୱାନ କରାଯାଇଥିବା ପରିଲକ୍ଷିତ ହୋଇଥିଲା । ଆସିକାର ପ୍ରସିଦ୍ଧ ଶୈବପୀଠ ବାବା ପୁଡୁଗେଶ୍ୱରଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ହିନ୍ଦୁ ସମ୍ମିଳନୀକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ଶିବରାମ ମହାରଣା, ମହାଦେବ ସେଠୀ, ବିଶ୍ୱନାଥ ସେଠୀ, ସିମାଞ୍ଚଳ ମହାରଣା, ରାଧାକୃଷ୍ଣ ପାଣିଗ୍ରାହୀ, ଜଗନ୍ନାଥ ସେଠୀ, ପି.ନାଗେଶ୍ୱର ପାତ୍ର, ଶ୍ରୀନୁ ପାତ୍ର, ବି.ଶ୍ରୀକାନ୍ତ ରେଡି, ସୁନିଲ୍‍ କୁମାର ଗୌଡ, ନିତ୍ୟାନନ୍ଦ ସାହୁ, ବୁଲୁ ଜେନା, ସନ୍ତୋଷ କୁମାର ମହାରଣା, ବାବୁଲା ପାତ୍ର, ଇ.ଭେଙ୍କେଟରମଣ ରାତ୍ର, ବିମ୍ବାଧର ପାତ୍ର, ସୁରଥ ପରିଡା, ପ୍ରମୋଦ ମହାନ୍ତି, ରମେଶ ରାଉତ, ଶୁକଦେବ ରାଉତ, ସଚ୍ଚିଦାନନ୍ଦ ବେହେରା, ଅନିଲ୍‍ କୁମାର ସ୍ୱାଇଁ, ହିମାଂଶୁ ଶେଖର ତ୍ରିପାଠୀ, ରାହୁଳ ବେହେରା, ସୁନିଲ୍‍ ପାଣିଗ୍ରାହୀ, ଜଗନ୍ନାଥ ସ୍ୱାଇଁ, ପ୍ରମୋଦ ମହାନ୍ତି, ଏଙ୍କେଟ ବିଷୋୟୀ, ବିନାୟକ ଚୌଧୁରୀଙ୍କ ସମେତ ବହୁ ହିନ୍ଦୁପ୍ରେମୀ, ଆର୍‍ଏସ୍‍ଏସ୍‍ କାର୍ଯ୍ୟକର୍ତ୍ତା, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, ସଚେତନ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ