ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ରୋକିବା ଓ ଟ୍ରାଫିକ୍ ନିୟମ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଏବଂ ନାବାଳକଙ୍କ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ସକାଶେ ସଚେତନ ହୁଅନ୍ତୁ ଓ ନିରାପଦ ରୁହନ୍ତୁର ବାର୍ତ୍ତା ନେଇ ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଏକ ସଚେତନତା ର‌୍ୟାଲିରେ ଶିକ୍ଷାନୁଷ୍ଠାନ ନିକଟରୁ ବାହାରି ହାଟପଦା ଛକ, ବିନାୟକ ବଜାର, ଲକ୍ଷ୍ମୀ ବଜାର ଇତ୍ୟାଦି ଅଞ୍ଚଳ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର, ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାଶ, ପ୍ରଧାନପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ, କର୍ମଚାରୀ ଟୁନା ମହାରଣା ଓ ପ୍ରଦୀପ କୁମାର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ନାବାଳକ ମାନଙ୍କ ଗାଡି ଚାଳନା ରୋକିବା ଉପରେ ଅଭିଭାବକ ମାନେ ଯତ୍ନବାନ୍ ହେବାକୁ ଆହ୍ନାନ କରିବା ଦୁଇଚକିଆ ଯାନ ଚଳାଇବା ସମୟରେ ହେଲ୍‌ମେଟ୍ ବ୍ୟବହାର କରିବା ଓ ଚାରିଚକିଆ ଯାନରେ ବସିବା ସମୟରେ ସିଟ୍ ବେଲ୍‌ଟ୍ ପରିଧାନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚାଳନା ସମୟରେ ମୋବାଇଲରେ କଥା ନହେବା, ଦୁଇଚକିଆ ଯାନରେ ତିନିଜଣ ନ ବସିବା, ଦୃତ ଗତିରେ ଗାଡି ନ ଚଳାଇବା, ଓଭର୍‍ଟେକ୍‍ ନକରିବା ଆଦି ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରିଥିବା ଳକ୍ଷ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଟାନର ବହୁ ଛାତ୍ରଛାତ୍ରୀ ସାମିଲ୍‍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ