ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜୟନ୍ତୀ ଓ ୩୧ତମ ଆଞ୍ଚଳିକ ବାର୍ଷିକ ଉତ୍ସବ
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ସତସଙ୍ଗ କେନ୍ଦ୍ର ପକ୍ଷରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ ଓ ବାଲିପଦର ଆଞ୍ଚଳିକ ସତସଙ୍ଗ କେନ୍ଦ୍ରର ୩୧ତମ ବାର୍ଷିକ ଉତ୍ସବ ୧୮/୦୧/୨୬ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମ ମୁହୂର୍ତରୁ ଉଷା କୀର୍ତ୍ତନ, ପ୍ରାତଃ ବିନତି ପ୍ରାର୍ଥନା, ନଗର କୀର୍ତ୍ତନ ଶୋଭା ଯାତ୍ରା ପରେ ସକାଳ ୧୧ ଘଣ୍ଟା ୩୦ମିନିଟ ସମୟରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ଋତ୍ଵିକ ଭଗବାନ ବଢ଼େଇ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଋତ୍ଵିକ ବନମାଳୀ ସାହୁ, ଋତ୍ଵିକ ଜଗଦିଶ ପ୍ରଧାନ ଓ ରଞ୍ଜନ ଦେ ଠାକୁରଙ୍କ ଭାବଧାରା ବିଷୟରେ ପ୍ରାଞ୍ଜଳଭାବେ ଉପସ୍ଥାପନ କରିଥିଲେ। କଟକର ବର୍ଷିଆନ ଋତ୍ଵିକ ଭୀମସେନ ପ୍ରଧାନ ସମେତ ଅନେକ ଠାକୁରଙ୍କ କର୍ମୀ ଏବଂ ଅଞ୍ଚଳର ବହୁ ଗୁରୁ ଭାଇ ଓ ମାଆ ଯୋଗ ଦାନ କରିବା ସହ ସମସ୍ତେ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ। ଶାନ୍ତି, ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶରେ ଠାକୁରଙ୍କ ଜନ୍ମ ମହୋତ୍ସବ ଓ ବାର୍ଷିକ ଉତ୍ସବ ସମାପ୍ତ ହୋଇଥିଲା।


