ଓଡିଶା ପିଗେରୀ ଫାର୍ମସ ଆସୋସିଏସନର ୫ମ ବାର୍ଷିକ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ଓଡିଶା ପିଗେରୀ ଫାର୍ମସ ଆସୋସିଏସନର ୫ମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତଥା ମଧ୍ୟମ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପ୍ରଧାନ ବୈଜ୍ଞାନିକ ଡକ୍ଟର ନିହାର ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଡକ୍ଟର ଗିରିଶ କୁମାର କର, ଡକ୍ଟର ପ୍ରଣବ ଡୋଲେ ଓ ଡ. ପଦ୍ୟୋତ ବାରୁହା ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଚାଷୀମାନଙ୍କୁ ସରକାରଙ୍କର ସମସ୍ତ ଯୋଜନା ଗୁଡିକ ସହଜରେ ପହଞ୍ଚି ପାରିବ ଓ ଚାଷୀମାନେ କିପରି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଉପକୃତ ହୋଇପାରିବେ ତାହା ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଡ଼ା. ନିହାର ରଞ୍ଜନ ସାହୁ ଘୁଷୁରୀମାନଙ୍କର ରୋଗ ମମ୍ପନ୍ଧୀୟ ଓ ଉନ୍ନତ ଜ୍ଞାନକୌଶଳ ଦ୍ଵାରା କିପରି ଏହି ଚାଷରେ ଚାଷୀମାନେ ଲାଭବାନ୍ ହୋଇପାରିବେ ତାହା ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଡା. କର ମହୋଦୟ ଏମ. କେ. ୟୁ. ୱାଇ ଯୋଜନାରେ ଚାଷୀମାନେ ଅନ୍ତର୍ଭୁକ୍ତ ହୋଇ କିପରି ଲାଭବାନ୍ ହୋଇପାରିବେ ସେହି ସମ୍ବନ୍ଧରେ ନିଜର ମନ୍ତବ୍ୟ ରଖିଥିଲେ। ତ. ପି ବାରୁହା ଓ ଡ. ପ୍ରଣବ ଡୋଲେ ମହୋଦୟ ଗୋଦରେଜ୍ ପିଗ୍ ଫିଡ୍ର ମାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ସଂଘର ସଭାପତି ବିମଲ ପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଇଂ ଉଦୟନାଥ କର ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ସଂଯୋଜନା କରିଥିଲେ । ତତ୍ପରେ ଆଇ ଟି ସେଲ ମୁଖ୍ୟ ପ୍ରମୋଦ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମନ୍ତ୍ରୀ ମହୋଦୟ ଉକ୍ତ ସଂଘର ୱେବ ସାଇଟ (https://opfa.in) କୁ ଉନ୍ମୋଚନ କରିଥିଲେ । ସଂଘର ଉପସଭାପତି ପ୍ରଶାନ୍ତ କୁମାର ପରିଡା, ବରିଷ୍ଠ ଉପଦେଷ୍ଠା ପଦ୍ମ ଚରଣ ମହାନ୍ତି, ଚେୟାରମ୍ୟାନ୍ ଆକାଶ ଚନ୍ଦ୍ର ବେହେରା, ମାର୍କେଟିଙ୍ଗ୍ ଆଡଭାଇଜର ଗିରିଜା ପ୍ରସାଦ ତ୍ରିପାଠୀ, କୋଷାଧକ୍ଷ୍ୟ ଆଲୋକ କୁମାର ମହାନ୍ତି, ଆଇ ଟି ସେଲ ସଦସ୍ୟ ସଜ୍ଞାତ କୁମାର ରାଉତ, ବରିଷ୍ଠ ସଦସ୍ୟ ଦେବରାଜ ପରିଡା, ଦେବାଶିଷ ପତି, ନିହାର ରଞ୍ଜନ ସ୍ବାଇଁ, ସରିତା ରଏ, ସତ୍ୟପ୍ରିୟ ମଲ୍ଲିକ, କଲ୍ଲୋଳକାନ୍ତ ବଳ, ମଣିରାମ ମୁଣ୍ଡା ଏବଂ ୧୦୦ରୁ ଅଧିକ ଚାଷୀ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାପତି, ସମ୍ପାଦକ ତଥା ସଂଘର ବରିଷ୍ଠ ସଦସ୍ୟଙ୍କ ଦ୍ଵାରା ମୁଖ୍ୟଅତିଥିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସଂଘର ୧୦ ଜଣ ସଫଳ ଚାଷୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସଭାଶେଷରେ ସଂଘର ସମ୍ପାଦକ ଇଂ ଉଦୟ ନାଥ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


