ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ସ୍ନାତକ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି, ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଲିଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ମୋନାଲିସା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଆତ୍ମରକ୍ଷା କୌଶଳ ଶିବିରରେ ଅତିଥିଭାବେ ବରିଷ୍ଠ ଆଇନଜୀବୀ ତଥା ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ବୃନ୍ଦାବନ ଗୌଡ଼ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ,ଅଧକ୍ଷ ଶ୍ରୀ ଜାଲି ଏହି ଶିବିରର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ପ୍ରକାଶ କରିବା ସହ ଛାତ୍ରୀ ମାନଙ୍କୁ ସବୁବେଳେ ଧର୍ଯ୍ୟ ଓ ନୀଡ଼ର ହୋଇ ରହିବା ସହ ସାହାସୀ ହେବାକୁ ପରାମର୍ଶ ଦେଇଥିଲେ l ଏଥିସହ ନିଜର ସୁରକ୍ଷା ତଥା ଚାରି ପାଖରେ ଥିବା ଅସହାୟ ମହିଳାଙ୍କ ସୁରକ୍ଷା କରିପାରିଲେ ଏହା ସରକାରଙ୍କ ରୂପାୟନ ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ପରେ ଅତିଥି ଶ୍ରୀ ଗୌଡ଼ ଦୈନନ୍ଦିନ ଜୀବନରେ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଉପରେ ଏବଂ ବଦଳୁଥିବା ସମାଜରେ ପ୍ରତିଦିନ ଘଟୁଥିବା ଅନୈତିକ ତଥା ଅସାମାଜିକ କାର୍ଯ୍ୟ କଳାପକୁ ପ୍ରତ୍ୟକ୍ଷ ମୁକାବିଲା କରିବା ପାଇଁ ଆତ୍ମରକ୍ଷା କୌଶଳର ତାଲିମ ପ୍ରତ୍ୟେକ ଛାତ୍ରୀ ମାନଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ପରେ ଏହି ଶିବିରରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ, ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟାପକ ଡ଼ଃ ରାମନାଥ ମହାପାତ୍ର, ବିରାଟ କିଶୋର ପଣ୍ଡା,ଗୋଲୋକ ଚନ୍ଦ୍ର ସ୍ବାଇଁ,ଅଧ୍ୟାପିକା ଋତୁ କାଟି, ପ୍ରମିତା ଗୌଡ଼ ପ୍ରମୁଖଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ନିଜର ସୁରକ୍ଷା ଏବଂ ଅନ୍ୟ ମାନଙ୍କ ସୁରକ୍ଷା ସହ ଦେଶର ସୁରକ୍ଷାରେ ବ୍ରତୀ ହେବା ନିମନ୍ତେ ଉପଦେଶ ଦେବାସହ ଏହି କୌଶଳକୁ ପ୍ରତେକ ଦିନ ଅଭ୍ୟାସ ରଖିବାକୁ ଉପଦେଶ ଦେଇଥିଲେ ଏବଂ ସମସ୍ତଙ୍କୁ ଉତ୍ସାହିତ କରିଥିଲେ,ଏହି ଆତ୍ମାରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରକୁ କୌଶଳ ଶିକ୍ଷାର ଭାରପ୍ରାପ୍ତ ଅଧିକାରୀଣୀ ଅଧ୍ୟାପିକା ମୋନାଲିସା ମହାପାତ୍ର ପରିଚାଳନା କରିଥିବା ବେଳେ ମାଷ୍ଟର ଟ୍ରେନର ଭାବେ ପ୍ରିନ୍ସ ସେଠୀ ଓ ହସ୍ଥୀନି କୁସୁଲିଆ ଉପସ୍ଥିତ ରହି ମୋଟ ୧୧୦ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ,ଏହି ଆତ୍ମରକ୍ଷା କୌଶଳରୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀ ମମତା ତୁଇକା, ଅଲ୍ଲୀ ବାଗ,ନମ୍ରତା ହରକା,ଦୀପା ବାଗ,ଦିପ୍ସା ଗରଡ଼ିଆ,ହିମାନି ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ଛାତ୍ରୀ ମାନେ କୌଶଳ ପ୍ରଶିକ୍ଷଣ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଶେଷରେ ଅଧ୍ୟାପିକା ଋତୁ କାଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


