ବନବିଭାଗ ପକ୍ଷରୁ ପ୍ଲାଷ୍ଟିକମୁକ୍ତ ସଚେତନତା
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ପର୍ଯ୍ୟଟକ ଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିବା ଟଭାଗୋଲରା।ବର୍ଷର ବିଭିନ୍ନ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହ ବଣଭୋଜି କରିବାକୁ ପର୍ଯ୍ୟଟକ ଙ୍କ ଭିଡ଼ ଜମିଥାଏ। ଏହାକୁ ପ୍ଲାଷ୍ଟିକି ମୁକ୍ତ ଓ ସଫାସୁତୁରା ହେଲେ ପରିବେଶରେ ପର୍ଯ୍ୟଟକ ଏକ ସୁଖଦ ଅନୁଭୂତି ନେଇ ଫେରିବେ। ସୋମବାର ଅପରାହ୍ନ ରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ଙ୍କ ତତ୍ବବଧାନ ରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ସ୍ବେଛାସେବୀ ଅନୁଷ୍ଠାନ,ବିଦ୍ୟାଳୟ ଛାତ୍ର, ଛାତ୍ରୀ ଏବଂ ଯୁବପୀଢ଼ି ମିଳିତ ଭାବେ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ଛାତ୍ର, ଛାତ୍ରୀ ମାନେ ପ୍ଲାକ କାର୍ଡ ଧରି ପ୍ଲାଷ୍ଟିକ ମୁକ୍ତ ସଚେତନତା ରାଲି କରିଥିଲେ।ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ଯୋଗଦେଇ କହିଥିଲେ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା ସହିତ ପରିବେଶ କୁ ସୁରକ୍ଷିତ ରଖିବା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ପ୍ଲାଷ୍ଟିକ ବ୍ୟବହାର ଜନିତ ପରିବେଶ ଅବକ୍ଷୟ ଓ ତଦଜନିତ ଜୀବଜନ୍ତୁ ଙ୍କ ଠାରେ ସୃଷ୍ଟ ପ୍ରଭାବକୁ ଦୃଷ୍ଟିରେ ରଖି ସାମ୍ପ୍ରତିକ ବଣଭୋଜି ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର କୁ ବନ୍ଦ କରିବା। କାର୍ଯ୍ୟକ୍ରମ ରେ ବନପାଳ କାଳୀ ଚରଣ ମହାନ୍ତି, ମାନସ ବେହେରା, ଟିକିନା ପ୍ରଧାନ, କୈଳାଶ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିଚାଳନା ରେ ବନବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଟଭାଗୋଲରା,ମା ଗଙ୍ଗାଦେବୀ ପୀଠ, ପୀରଜାହାନିଆ, ମା କେଳୁଣୀ ପୀଠ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ କୁ ବଣଭୋଜି ପାଈଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବଣଭୋଜି ସମୟରେ ପ୍ଲାଷ୍ଟିକ ଖଲି ଓ ଚଉପତି ବଦଳରେ ଦେଶୀ ପତ୍ର ତିଆରି ଖଲି ଓ ଚଉପତି ବ୍ୟବହାର ପାଈଁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।ବ୍ୟବସାୟୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ସଭିଏଁ ଦୃଷ୍ଟି ଦେଲେ ଏହି ପ୍ରୟାସ ନିଶ୍ଚିତ ଭାବରେ ସଫଳ ହେବା ସହ ଏକ ପ୍ଲାଷ୍ଟିକ ମୁକ୍ତ ପରିବେଶ ପୁନଃ ଆମକୁ ମିଳିପାରିବ। ତେଣୁ ପୀଠକୁ ପଲିଥିନ ର ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ପଡିବ। ଏହା ଦ୍ୱାରା ଟଭାଗୋଲରା ଅଂଚଳର ର ଶୋଭା ବଢିବ ବୋଲି ସଚେତନତା କରାଯାଇଥିଲା। ପର୍ଯ୍ୟଟନସ୍ଥଳୀ କୁ ସ୍ୱଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ରଖିବା ଦିଗରେ ଜିଲ୍ଲା ପ୍ରଶାସନ ସହଯୋଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ଦିନରେ ଅନ୍ୟ ପର୍ଯ୍ୟଟନସ୍ଥଳୀ ମାନଙ୍କ ରେ ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ।


