ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କଲେ ପ୍ରଧାନ ଶିକ୍ଷକ : ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାରଲୋକ

ଛତ୍ରପୁର, (ଓ୍ବାଇଏନଏସ) :   ଗଞ୍ଜାମ ଜିଲ୍ଲା ହୁମ୍ମା ସ୍ଥିତ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗର ସରକାରି ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଡ ମାରି ଲହୁ ଲୁହାଣ କରିଦେଇଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ମାଡ ଖାଇଥିବା ଛାତ୍ର ଜଣକ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ।  ସୂଚନା ପ୍ରକାରେ ଅନ୍ତର୍ଯ୍ୟାମୀ ବିଦ୍ୟାଳୟରେ ହେବାକୁ ଥିବା ଡ୍ୟାନ୍ସ ପ୍ରୋଗ୍ରାମ  ପାଇଁ ଗତ ୧୦ ତାରିଖରେ ନିଜ ସାଙ୍ଗ ମାନଙ୍କ ସହ ମୋବାଇଲରେ ଡ୍ୟାନ୍ସ ଭିଡିଓ ଦେଖୁଥିଲେ l ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢୀ ଏବଂ କିଛି ଶିକ୍ଷକ ତାଙ୍କୁ ଏକ ବଡ଼ ବାଉଁଶରେ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ପରେ ଛାତ୍ର ଅନ୍ତର୍ଯ୍ୟାମୀଙ୍କୁ ବିଦ୍ୟାଳୟ ପରିସରରେ ଥିବା ଅନ୍ୟ ଏକ ପ୍ରକୋଷ୍ଠରେ ରଖିଦେଇଥିଲେ । ଖବର ପାଇ ୧୬ ତାରିଖ ଦିନ ଅନ୍ତର୍ଯ୍ୟାମୀଙ୍କ ମାଉସୀ ରଜନି ବେହେରା  ବିଦ୍ୟାଳୟରେ ପହଂଚି ତାଙ୍କୁ ପ୍ରଥମେ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟାଙ୍କୁ ଭେଟି ଏକ ଅଭିଯୋଗ କରିଥିଲେ ।  ଅନ୍ତର୍ଯ୍ୟାମୀ ଙ୍କ ବାପା ମାଆ ଅକ୍ଷମ ବ୍ୟକ୍ତି ହୋଇଥିବା ରୁ ରଜନୀ ତାଙ୍କ ପୁତୁରା ଙ୍କୁ ଗତ ଚାରିବର୍ଷ ହେଲା ଏହି ବିଦ୍ୟାଳୟ ରେ ପାଠ ପଢ଼ାଇବା ନିମନ୍ତେ   ଜଏନ କରିଥିଲେ l ତେବେ ପ୍ରଧାନ ଶିକ୍ଷକ ତାଙ୍କ ପୁତୁରା ଙ୍କୁ ଶାରୀରିକ ମାନସିକ ଯନ୍ତ୍ରଣା ଦେଇଛନ୍ତି l ଯାହାଫଳ ରେ ତାଙ୍କ ପୁତୁରା ଆହାତ ହେବା ସହିତ ଭୟଭୀତ ଅବସ୍ଥା ରେ ରହିଛନ୍ତି  l ପୂର୍ବରୁ ମଧ୍ୟ ବିଦ୍ୟାଳୟରେ କାର ଧୋଇବା, କ୍ଲାସରୁମ ଝାଡୁ କରିବା ଭଳି ବିଭିନ୍ନ କାର୍ଯ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ  ବାଧ୍ୟ କରୁଥିବା ଛାତ୍ର ଅନ୍ତର୍ଯ୍ୟାମୀ ଅଭିଯୋଗ କରିଛନ୍ତି । ଏହା ସହିତ ତାଙ୍କ ଅନ୍ୟ ତିନିଜଣ ଛାତ୍ର ଙ୍କୁ ମଧ୍ୟ ଏଭଳି ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି  l       ଅଭିଯୋଗ ଆସିଲା ମାତ୍ରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟା  ନବମ ଶ୍ରେଣୀ ଛାତ୍ର   ଅନ୍ତର୍ଯ୍ୟାମୀ  ଏବଂ ତାଙ୍କ ମାଉସୀ ଙ୍କ ଠାରୁ ଘଟଣା ସମ୍ପର୍କ ରେ ଜାଣିବା ପରେ ଏହାର ତଦନ୍ତ ନିମନ୍ତେ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ  ନିର୍ଦେଶ ଦେଇଛନ୍ତି  l  ଅନ୍ୟପଟେ ବିଦ୍ୟାଳୟ କୁ ମୋବାଇଲ ମନା, ତଥାପି ଅନ୍ତର୍ଯ୍ୟାମୀ ମୋବାଇଲ ଧରି ଅନ୍ୟ ପିଲାଙ୍କ ସହ ଅଶ୍ଳୀଳ ଭିଡିଓ ଦେଖିଥିବା ରୁ ମୁଁ ସେମାନଙ୍କୁ ତାଗିଦ କରିଥିଲି ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢ଼ୀ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ