ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ସନ୍ତୋଷ ବେହେରା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ସନ୍ତୋଷ ବେହେରାଙ୍କୁ ମନୋନିତ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସନ୍ତୋଷଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନିତ କରିଛନ୍ତି। ଶ୍ରୀ ବେହେରା ଦୀର୍ଘ ବର୍ଷ ଧରି ଦଳର ସଂଗଠନକୁ ସୁଦୃଢ କରିବାକୁ ପ୍ରୟାସ କରିଆସୁଛନ୍ତି। ଦଳର ଜଣେ ଦକ୍ଷ ସଂଗଠକ ଭାବେ ଶ୍ରୀ ବେହେରାଙ୍କ ସୁନାମ ରହିଛି। ଲୋକମାନଙ୍କୁ ଏକାଠି କରି ଦଳ ସପକ୍ଷରେ ସଂଗଠିତ କରିବା ସହିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦଳର ସମର୍ଥକମାନଙ୍କୁ ଏକଜୁଟ କରିବାରେ ଶ୍ରୀ ବେହେରା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଦଳ ତାଙ୍କୁ ପ୍ରଦାନ କରିଥିବା ଦାୟୀତ୍ୱକୁ ସେ ନିଷ୍ଠାର ସହିତ ପାଳନ କରିବେ ବୋଲି କହିଛନ୍ତି। ଏଥିନିମନ୍ତେ ଶ୍ରୀ ବେହେରା ପିସିସି ସଭାପତି ଶ୍ରୀ ଦାସ, ଜିଲ୍ଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।


