ହୃଦଘାତରେ ଚୁଡ଼ି ବେପାରୀ ମୃତ

ଦିଗପହଣ୍ଡି(ଅଳକ ନାଥ ମିଶ୍ର): ସୋମବାର ମଧ୍ୟାହ୍ନରେ ଦିଗପହଣ୍ଡି ବ୍ଳକ ଖମାରୀ ଗାଁ ପଞ୍ଚାୟତ ଅନ୍ତର୍ଗତ ଡିକିଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଘର ବୁଲି ବେପାର କରୁଥିବା ସମୟରେ ଜଣେ ଚୁଡ଼ି ବେପାରୀ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ହେଲେ ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ପଞ୍ଚାୟତର ଧାନରାଶି ଗ୍ରାମର ଅର୍ଜୁନ ସାହୁ(୫୫) । ଅର୍ଜୁନ ସବୁଦିନ ଭଳି ସୋମବାର ସକାଳୁ ନିଜ ବେପାର ନିମନ୍ତେ ଚୁଡ଼ି ଭର୍ତ୍ତି ବ୍ୟାଗ୍ ଧରି ବାଇକ ଯୋଗେ ଡିକିଲି ଗ୍ରାମକୁ ଯାଇଥିଲେ । ସେଠାରେ ସେ କିଛି ବ୍ୟକ୍ତି ଙ୍କ ଘର କୁ ଯାଇ ମହିଳା ମାନଙ୍କୁ ଚୁଡ଼ି ବିକ୍ରି କରିଥିଲେ।  ଏହାପରେ ସେ ନିଜ ବାଇକ ନିକଟକୁ ଚୁଡ଼ି ବ୍ୟାଗ୍ ଧରି ଆସି ବାଇକ ର ରଖିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ରାସ୍ତାରେ ଟଳି  ପଡିଥିଲେ। ଖବରପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼ ଙ୍କ ପ୍ରଚେଷ୍ଟାରେ ଗୁରୁତର ଅବସ୍ଥାରେ ଅର୍ଜୁନ ଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ମେଡିକାଲରେ ପହଞ୍ଚି ମୃତଦେହ ଗ୍ରାମକୁ ନେଇ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ