ପାଟି ସୁନପୁର ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ):ଚିକିଟି ବ୍ଲକ ପି ଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଟିସୁନପୁର ରେ ପି ଏମ ଶ୍ରୀ ଉତ୍ସବ ପାଳନ କରାଯାଇଛି.ମୁଖ୍ୟ ଅତିଥି ରୂପେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ସୃଜନ ଶିଳତା ର ପୁନଃରୁଦ୍ଧାର ଆତ୍ମୋ ନିର୍ଭର କରି ବିକଶିତ ଓଡିଶା ରେ ସହାୟତା କରିବ ବୋଲି କହିଥିଲେ.ଛାତ୍ର ଛାତ୍ରୀ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ଦିଗ ରେ ଚେଷ୍ଟିତ ହୋଇ କୌଶଳ ଭିତ୍ତିକ ଜ୍ଞାନ ର ଅଭିବୃଦ୍ଧି ପାଇଁ ନିଜ କୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ.ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପି.ନୀଳବେଣି ଙ୍କ ପୌରାହିତ୍ୟ ରେ ସାଂସଦ ପ୍ରତିନିଧି ମିନା ଦ୍ୟାନ ସାମନ୍ତରା,ବି ଇ ଓ ପନ୍ନଗ ଭୂଷଣ ମାଝୀ,,ମାରାଇନ ଥାନା ଏସ ଆଇ ଅତିଥି ଚରଣ ନାୟକ,ସି ଆର ସି ସି ମଞ୍ଜନ କୁମାର ବେହେରା,ପ୍ରମୁଖ ମଞ୍ଚାସିନ ରହି ନୂଆ ଶିକ୍ଷା ପଲିସି ରେ ଗୁଣାତ୍ମକ ଶିକ୍ଷା ର ଭୂମିକା ବିଷୟରେ ବୁଝେଇଥିଲେ.ଏ ଅବସରରେ ନିର୍ଦେଶ ଅନୁଯାୟୀ ଦୋକାନ ଯାତ୍ରା,ଆକାଂକ୍ଷୀ ଛାତ୍ର ପରିଷଦ,ଆକାଂକ୍ଷୀ ମେଳା ଷ୍ଟାଲ ପ୍ରଦର୍ଶନ କରି ସୃଜନାତ୍ମକ କଳା ପ୍ରଦର୍ଶନ କରିଥିଲେ ଛାତ୍ରଛାତ୍ରୀ.ଷ୍ଟାଲ ଗୁଡିକ ଅତିଥି ମାନେ ବୁଲି ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ,କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ ମଧ୍ୟ କରାଯାଇଛି.ଶେଷରେ ପ୍ରଧାନ ଶିକ୍ଷକ ବି.ହେମନ୍ତ ରାଓ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ