ଅଷ୍ଟମ ଜିଲ୍ଲା ପରିଷଦ ସଭା ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲରେ ୮ମ ଜିଲ୍ଲା ପରିଷଦ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ମାନ୍ୟବର ସାଂସଦ ବାଲେଶ୍ଵର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ବାଲେଶ୍ୱର ଜିଲ୍ଲାର ସମସ୍ତ ମାନ୍ୟବର  ବିଧାୟକ ବୃନ୍ଦ , ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ।ଙ୍କ ଉପସ୍ଥିତ ଥିଲେ। ସଭାଟିକୁ  ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ  ଅଧ୍ୟକ୍ଷତା କରିଥିଲେ । ସଭାର ଆରମ୍ଭରେ ପୂର୍ବ ସଭାର କାର୍ଯ୍ୟବୃତ୍ତାନ୍ତ ଓ ସେସମ୍ପର୍କିତ କାର୍ଯ୍ୟାନୁଷ୍ଠାନର ପ୍ରଗତି ସମୀକ୍ଷା କରାଯାଇଥିଲା । ଏହି ସଭାରେ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷାମାନଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟମାନେ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଗ୍ରାମୀଣ ଉନ୍ନୟନ, ପୂର୍ତ୍ତ ବିଭାଗ , ପିଏଚଡି , ଆର୍‌ଡବ୍ଲ୍ୟୁଏସଏସ୍‌ ବିଭାଗ ଅଧୀନରେ ଆରମ୍ଭ ହୋଇନଥିବା ଏବଂ ଚାଲୁଥିବା ପ୍ରକଳ୍ପଗୁଡ଼ିକ, ବିଶେଷକରି ରାସ୍ତା ସଂଯୋଗ (Road Connectivity) ଓ ଜଳସେଚନ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା, ଧାନ କ୍ରୟ (Paddy Procurement),  ଯୋଗାଣ / ସିଭିଲ୍ ସପ୍ଲାଇଜ୍, ପେନ୍‌ସନ୍‌ ଯୋଜନା ସମେତ ଅନ୍ୟାନ୍ୟ ଜନହିତକାରୀ କାର୍ଯ୍ୟକ୍ରମ ଉପରେ ମଧ୍ୟ ସମୀକ୍ଷା ଓ ଆଲୋଚନା ହୋଇଥିଲା । ପର୍ଯ୍ୟଟନ, ଖାଦ୍ୟ ଯୋଗାଣ, ଶିକ୍ଷା ଓ ସ୍କୁଲ ସମ୍ବନ୍ଧୀୟ ବିଷୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ପ୍ରକଳ୍ପ ଓ ଯୋଜନାକୁ ନିର୍ଦ୍ଧାରିତ ସମୟ ସୀମାରେ ଗୁଣମାନ ସହିତ ସମାପ୍ତ କରିବା ଏବଂ ସାଧାରଣ ଲୋକଙ୍କୁ ଲାଭ ପହଞ୍ଚାଇବା ଉପରେ ସଭାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ