ନୂଆପଡା ଜିଲ୍ଲାପାଳଙ୍କ ଦ୍ଵାରା ଡୁଡ଼ାର ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡା,( ଲିଲାମ୍ବର ନାଗ): ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ  ଡୁଡ଼ା  ର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ଥିବା ତିନିଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା, ଖଡିଆଳ ଓ ଖରୀଆର ରୋଡ ର କାର୍ଯ୍ୟାବଳୀର ସମୀକ୍ଷା ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ବୈଠକରେ  ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ଏନ୍ ଏ ସି ମାନଙ୍କର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ l ଜିଲ୍ଲାପାଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ବିଭିନ୍ନ ଉତ୍ସରୁ ରାଜସ୍ଵ ବୃଦ୍ଧି କରିବା , ୱାର୍ଡ ରେ ପୌର ପ୍ରଶାସନ ପହଞ୍ଚାଇବା, ସମସ୍ତ ୱାର୍ଡ ରେ ପ୍ଲାଷ୍ଟିକ  ବର୍ଜନ କରି କପଡା ବ୍ୟାଗ୍, କାଗଜ ଠୁଙ୍ଗା ବ୍ୟବହାର କରିବା, ବର୍ତ୍ତନ ବ୍ୟାଙ୍କ୍ ଆରମ୍ଭ କରିବା ଏବଂ ରାସ୍ତା ଓ ନାଳ ସବୁକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ l ସହର ସବୁର ସୋନ୍ଦର୍ୟ୍ଯକରଣ ସହିତ ଜନ ସାଧାରଣଙ୍କୁ ଏକ ସହରୀ ସଭ୍ୟତାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା ର ଇ ଓ ଶ୍ରୀନିବାସ ମିର୍ଦ୍ଧା, ଖଡିଆଳ  ଇ ଓ ସ୍ଵାଧୀନ ମହାରଣା,ଓ ଖରୀଆର ରୋଡ ର ଇ ଓ କମଳାସନ ରଥ ଓ  ସଂପୃକ୍ତ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ