ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବେଠିଆବୋରଦା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ପିପୁଲସ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର, ମୁଖ୍ୟ ବକ୍ତା ଭାବେ ତାଳସାକର ହାଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ବୁଗୁଡା ଏବିଇଓ କୃଷ୍ଣ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ସାହାଣୀ ଓ ଶିବରାମ ଜେନା, କାନସୁକା ୟୁ.ପି. ସ୍କୁଲ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା, ଡାକରାବାଡ଼ି ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ ନିରଞ୍ଜନ ଗୌଡ଼ ଏବଂ ସହକାରୀ ଶିକ୍ଷକ ମାନସ ରଞ୍ଜନ ସେଠୀ ଓ ସନ୍ତୋଷ ସ୍ୱାଇଁ, କୁଞ୍ଜବନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଘୁନାଥ ସେଠୀ, କାନସୁକା ୟୁ.ପି. ସ୍କୁଲର ସହକାରୀ ଶିକ୍ଷକ ସିନୁ ପାତ୍ର, ସତ୍ୟ ନାରାୟଣ ରାଓ ଓ ପ୍ରଶାନ୍ତ କୁମାର ରଥ, ସୋଲଣ୍ଡି ୟୁ.ପି. ସ୍କୁଲ ସହକାରୀ ଶିକ୍ଷକ ସତ୍ୟ ସେଠୀ ଓ ଏସଏମସି ସଭାନେତ୍ରୀ ସୁଲୋଚନା ସ୍ବାଇଁ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ସୀତାରାମ ତ୍ରିପାଠୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିଳାଦ୍ରୀ ବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


