ବରକୋଣା ଠାରେ ଖୋଲିଲା ସରକାରୀ ଧାନ କ୍ରୟ ଉପକେନ୍ଦ୍ର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରକୋଣା ଠାରେ ବସନ୍ତିଆ ସେବା ସମବାୟ ସମିତିର ସମ୍ପ୍ରସାରିତ ସରକାରୀ ଧାନ କ୍ରୟ ଉପକେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଡିଆରସିଏସ ଭଦ୍ରକଙ୍କ ଆଦେଶନାମା ସଂଖ୍ୟା-୮୧/ତା-୧୩-୧-୨୬ ଅନୁଯାୟୀ ଚାଷୀ ମାନେ ସୁବିଧାରେ ଧାନ ବିକ୍ରୟ କରିବା ନିମନ୍ତେ ବରକୋଣା ଠାରେ ଏହି ଉପକେନ୍ଦ୍ର ଖୋଲା ଯାଇଥିବା ଜଣାଯାଇଛି । ଫଳରେ ବରକୋଣା, ରାମପୁର, ଆପଣ୍ଡା, କଟିଣା, ବାଲିପୁର ଆଦି ଗ୍ରାମର ୩ ଶହରୁ ଅଧିକ ଚାଷୀ ଉପକୃତ ହୋଇପାରିବେ । ଏଠାରେ ପ୍ରତି ଶନିବାର ଧାନ କ୍ରୟ କରାଯିବ ବୋଲି ଜଣାଯାଇଛି । ପୂଜା କାର୍ଯ୍ୟରେ ସମିତିର ସଭାପତି ବସନ୍ତ କୁମାର ବେହେରା, ଜିଲା ଧାନ ପ୍ରକିୟାକରଣ କମିଟିର ସଭ୍ୟ ଶଙ୍କର୍ଷଣ ଜେନା ସଂକଳ୍ପ କରିଥିଲେ । ପୂଜକ ଚନ୍ଦନ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଉଦ୍ଘାଟନ ବେଳେ ସମ୍ପାଦକ ବିବେକାନନ୍ଦ ବିଶ୍ୱାଳ, ପରିଚାଳନା ପରିଷଦର ସଭ୍ୟା ତିଳୋତ୍ତମା ଜେନା, ମମତା ବେହେରା, ସଭ୍ୟ ରାମ ଚନ୍ଦ୍ର ଜେନା, ଚାଷୀ କମିଟିର ସଭ୍ୟ ଆନନ୍ଦ ଚନ୍ଦ୍ର ଓଝା, ବ୍ରହ୍ମାନନ୍ଦ ରଣା, ଅରୁପ ମଲ୍ଲିକ, ଅଶୋକ ସାହୁ, ଜୀବନାନନ୍ଦ ମଇକାପ, ଚାଷୀ ସୁବାଷ ଚନ୍ଦ୍ର ମଲ୍ଲିକ, ମାର୍କଣ୍ଡ ବେହେରା, ଅମୂଲ୍ୟ ରାଉତ, ସନାତନ ଜେନା, ବାବାଜି ଧଳ, ବିନୋଦ ସ୍ୱାଇଁ, ଶ୍ରୀକାନ୍ତ ସ୍ୱାଇଁ, କାଶିନାଥ ପହି, ଦୀଲିପ ସ୍ୱାଇଁ, ଜଗବନ୍ଧୁ ଜେନା, ସୁବାଷ ସ୍ୱାଇଁ, ସୁବଳ ଧଳ, ଲକ୍ଷ୍ମଣ ଜେନା, ଜଗବନ୍ଧୁ ଜେନା, ଗଣେଶ ମହାଳିକ, ଅଲେଖ ଶଂଖୁଆ, ସୁଶାନ୍ତ ଧଳ, ବିଭୂତି ଧଳ, କୋଦଣ୍ଡଧର ଜେନା, କୈଳାସ ସ୍ୱାଇଁ, ମନୋରମା ସ୍ୱାଇଁ, ବୃନ୍ଦାବନ ସ୍ୱାଇଁ, ମନ ରଞ୍ଜନ ସ୍ୱାଇଁ, ଅମୂଲ୍ୟ ବିଶ୍ୱାଳ, ମୀନକେତନ ପ୍ରଧାନ, ଯୁଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସହ ସମ୍ପାଦକ ଅଶୋକ ସାହୁ, ଡିଇଓ ମାନସ ବାରିକ, କର୍ମଚାରୀ ଗୋପିନାଥ ଓଝା ସହଯୋଗ କରିଥିଲେ ।


