ଆନନ୍ଦରାମ ପାଟୋଡିଆ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ଜିଲା ସଭାପତି ଶଶୀ ଶେଖର କରଶର୍ମା, ପଞ୍ଚଶଖା ଶିକ୍ଷାସେତୁର ସଭାପତି ମୋହନ ଚରଣ ସାହୁ, ଉପ ସଭାପତି ନାରାୟଣ ଚନ୍ଦ୍ର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ନିଳୋକ ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ପରିଚାଳନା କମିଟି ସଭାପତି ପ୍ରତାପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ମହେଶ୍ୱର ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ଶିକ୍ଷକ ବିଶ୍ୱରଞ୍ଜନ ଦାଶ ବାର୍ଷିକ ବିବରଣୀ ପାଠ ଏବଂ ଶିକ୍ଷୟିତ୍ରୀ ସୁକାନ୍ତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଓ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମଧୁସୂଦନ ରାଉତ, ସମର କୁମାର ଜେନା, ରତ୍ନାକର ସେଠୀ, ଜନ୍ମେଜୟ ନାୟକ, ନାରାୟଣ ଚନ୍ଦ୍ର ମିଶ୍ର, ନରେଶ କୁମାର ସାମଲ, ରଜତ କୁମାର ଦାସ, ଶିକ୍ଷୟିତ୍ରୀ ପଦ୍ମିନୀ ଦାସ, ପ୍ରଭାତୀ ନାୟକ, ସଞ୍ଜୁଲତା ଜେନା, ଶିକ୍ଷା କର୍ମଚାରୀ ଶରତ କୁମାର ଜେନା, ମଦନ ମୋହନ ସାହୁ, ମହେଶ୍ୱର ସାହୁଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ।


