ମଥୁରାରେ ମା’ ଦକ୍ଷିଣ କାଳୀଙ୍କ ସିଂହାସନ ଆରୋହଣ
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ପ୍ରତିଷ୍ଠା ପରେ ୨୩/୦୧/୨୬ ତାରିଖ ସନ୍ଧ୍ୟାରେ ମା ଦକ୍ଷିଣ କାଳୀଙ୍କ ସିଂହାସନ ଆରୋହଣ କାର୍ଯ୍ୟ ସମ୍ପାଦନ ହୋଇଯାଇଛି। ମନ୍ଦିର ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଗତ ୧୭/୦୧/୨୬ ତାରିଖ ଠାରୁ ଆରମ୍ଭ ହୋଇ ମନ୍ଦିର ପ୍ରତିଷ୍ଠା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଓ ଗୋଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ଅନୁଷ୍ଠିତ ଅନ୍ନଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଥିଲେ। ଅନ୍ନଯଜ୍ଞ ପାଇଁ ବେଗୁନିଆପୋଡ଼ା ବ୍ଲକର ଶାଳବଣ ଗ୍ରାମର ଧ୍ରୁବ ଚରଣ ସେଠୀ ଦୁଇଦିନ ପାଇଁ ପ୍ରସାଦ ସେବନର ସହଯୋଗ କରିଥିବା ବେଳେ ପୋଲସରା ସହରର ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଦୁଇ ଲକ୍ଷ ଟଙ୍କା ସହାୟତା ଯୋଗାଇଥିଲେ। ମଥୁରା (ପାଟଣା) ବସଷ୍ଟାଣ୍ଡ ବଣିକ ସଂଘ ଓ ମଥୁରା ଗ୍ରାମ ବାସୀଙ୍କ ସହଯୋଗରେ ଅନ୍ନଯଜ୍ଞ ଲାଗି ସହଯୋଗ ମିଳିଥିଲା। ୨୩/୦୧/୨୬ ତାରିଖ ଅପରାହ୍ନରେ ମା’ ଦକ୍ଷିଣ କାଳୀଙ୍କ ନଗର ପରିକ୍ରମା ପରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଗମ୍ଭୁର ପ୍ରବେଶ କରି ସିଂହାସନ ରୂଢ଼ କରିଥିଲେ। ସନ୍ଧ୍ୟା ୭ ଘଣ୍ଟ ସମୟରେ ଘୃତଯଜ୍ଞର ପୂର୍ଣ୍ଣାହୁତି କରଯାଇଥିବା ବେଳେ କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗଦେଇ ଅନ୍ନଯଜ୍ଞରେ ପ୍ରସାଦ ସେବନ କରିଥିଲେ। ଏଥିରେ ପୋଲସରା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପୂଜାର୍ଚ୍ଚନା କରି ଅନ୍ନଯଜ୍ଞ ପାଇଁ ସହଯୋଗର ହାତ ବଢ଼ାଇବା ସହ ବିଶ୍ବର ମଙ୍ଗଳ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ୨୪/୦୧/୨୬ ତାରିଖ ଦିନ ସକାଳ ୭ ଘଣ୍ଟା ସମୟରେ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞ ସମାପ୍ତ ହେବା ସହ ଯମୁନା ସ୍ନାନ ଓ ନଗର ଭ୍ରମଣ ଓ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସମାପ୍ତି ହୋଇଥିଲା।


