ଏନଏସଏସ ଶୀତ କାଳୀନ ଶିବିରରେ ଚତୁର୍ଥ ଦିବସ

ପୋଲସରା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା – ପୁରୁଷ ଓ ମହିଳା ୟୁନିଟ ପକ୍ଷରୁ ଶୀତ କାଳୀନ ଶିବିରର ଚତୁର୍ଥ ଦିବସରେ ସ୍ବେଚ୍ଛାସେବୀମାନେ ସାକ୍ଷରତା ସର୍ଭେ ଓ ଅଧାରୁ ପାଠ ଛାଡିଥିବା ପିଲାଙ୍କର ସର୍ଭେ କାର୍ଯ୍ୟ ପୋଷ୍ୟ ଗ୍ରାମ ତୋଟା ସାହି ଓ ଦେବୀ ନଗରରେ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍  ଓ ଡକ୍ଟର୍ ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ  ଭାରପ୍ରାପ୍ତ ଅଧକ୍ଷ ଡକ୍ଟର ହରିଶ୍ ଚନ୍ଦ୍ର ପାଇକ ପ୍ରଦୀପ ପ୍ରଜ୍ବଳନ କରି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମାଣିତାରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସାଧନ କର୍ମୀ ଭାବେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା :- କୃତିର୍ମ ଶ୍ୱାସକ୍ରିୟା, DRSCAB, ରକ୍ତସ୍ରାବ, ନିଆଁ ଲାଗିବା, ସାପ କାମୁଡିବା,  ଡ୍ରେସିଂ ଏବଂ ପଟି, ହାଡ଼ଭଙ୍ଗା ଇତ୍ୟାଦିର ଉପଚାର ବିଷୟରେ  ବିସ୍ତୃତ ଭାବରେ ତାଲିମ ଦେଇଥିଲେ। ମହିଳା ବିଭାଗର ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ପୁରୁଷ ବିଭାଗ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ