ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା

ଦିଗପହଣ୍ଡି ,(ଅଳକ ନାଥ ମିଶ୍ର):ଗତ ଦୁଇ ଦିନ ଧରି ପିଏମ୍ ଶ୍ରୀ ବାଲାଜୀ ବିଦ୍ୟାପୀଠ କନିଷି ଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ରବିବାର  ଉଦଯାପିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଦିଗପହଣ୍ଡି ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬ ଷ୍ଠ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ସାମନ୍ତଙ୍କ ହସ୍ତଶିଳ୍ପ ସାମଗ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛି। ଉଦଯାପନୀ କାର୍ଯ୍ୟକ୍ରମରେ ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଚ୍ଚିତାଙ୍କୁ ପୁରସ୍କୃତ କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର,ଏଡିଇଓ ପ୍ରଭାତୀ ମହାପାତ୍ର, ଦିଗପହଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ଡ଼ଃ ଶଙ୍କର ନାରାୟଣ ବେଜ ପ୍ରମୁଖ ଉପସ୍ଥିତ ଥିଲେ। ଦିଗପହଣ୍ଡିର ଉଦୟନାଥ ସାମନ୍ତ ଓ  ପ୍ରଦୀପ୍ତାଙ୍କ ଝିଅ ଅର୍ଚ୍ଚିତାଙ୍କ ଏଭଳି ସଫଳତା ହାସଲ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ପରିଲକ୍ଷିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ