ରନ ଫର ଗୋପାଳପୁର ମାରାଥନ ପୁରୁଷ ବର୍ଗରେ ଭଞ୍ଜନଗରର ଅଶୋକ, ମହିଳା ବର୍ଗରେ ଭୁବନେଶ୍ବରର ପିଙ୍କି ପ୍ରଥମ

ଗୋପାଳପୁର,(ୱାଇଏନଏସ): ଚଳିତ ଗୋପାଳପୁର ବେଳାଭୂମି ମହୋତ୍ସବ ପରିପ୍ରେକ୍ଷିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ କିମି ମାରାଥନ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ଜିଲ୍ଲାପାଳ ୱି. କୀର୍ତ୍ତି ୱ।ସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପତାକା ଦେଖାଇ ମାରଥନ ଶୁଭାରମ୍ଭ କରିଥିଲେ । ପୁରୁଷ ବିଭାଗରେ ଓଡ଼ିଶା ପୋଲିସ ୮ ଆର ବି, ଭଞ୍ଜନଗରରେ କାର୍ଯ୍ୟରତ ଅଶୋକ ଦଣ୍ଡସେନା ପ୍ରଥମ ସ୍ଥାନ, କଟକ ଜିଲ୍ଲାର ରଶ୍ମୀ ରଞ୍ଜନ ନାୟକ ଦ୍ବିତୀୟ ସ୍ଥାନ ଓ ଗଜପତି ଜିଲ୍ଲାର ଗୀନୁ ରଇତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହିଳା ବର୍ଗରେ ଭୁବନେଶ୍ବରର ପିଙ୍କି ସାହୁ ପ୍ରଥମ, ବ୍ରହ୍ମପୁର ଫିଜିକାଲ ଏକାଡ଼େମୀର ସନ୍ଧ୍ୟାରାଣୀ ବେହେରା ଓ ରାଧାରାଣୀ ବେହେରା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗୋପାଳପୁର ମୁଖ୍ୟ ବେଳାଭୂମିଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜିଲ୍ଲାପାଳ ଶ୍ରୀ ୱ।ସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର ଓ ଗୋପାଳପୁର ଆର୍ମୀ ଏଡି କଲେଜର ବରିଷ୍ଠ ଅଧିକାରୀମାନେ ସମସ୍ତ ଧାବକଙ୍କୁ ଅଭିନନ୍ଦନ ଜଣାଇବା ସହ କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ପ୍ରଥମ ୧୨,୦୦୦/-,ଦ୍ବିତୀୟ ୮,୦୦୦ /- ଏବଂ ତୃତୀୟ ୫୦୦୦ /- ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରିଥିଲେ, ଏହି ଅବସରରେ ଗୋପାଳପୁର ଆର୍ମୀ ଏଡି କଲେଜ ପକ୍ଷରୁ ମନୋଜ୍ଞ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା,ଡୁରା ଜଙ୍ଗସନଠାରୁ ଆରମ୍ଭ ହୋଇଥିବା ଏହି ମାରାଥନରେ ପାଖାପାଖି ୬୭୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଅଞ୍ଚଳବାସୀ ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ