ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ତିରୋଧାନ ଦିବସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିପ୍ଲବୀ ଆନନ୍ଦ ଚନ୍ଦ୍ରଙ୍କ ୮୧ତମ ତିରୋଧାନ ଦିବସ କେନ୍ଦ୍ରାପଡା ସହରର ଆନନ୍ଦ ମାର୍ଗରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ଆନନ୍ଦମାର୍ଗରେ ଥିବା ବିପ୍ଲବୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟାର୍ପଣ ପରେ ଏକ ସ୍ମୃତିସଭା ସ୍ମୃତି କମିଟି ସଭାପତି ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର, ବିଶିଷ୍ଟ ଅତିଥି ଭାବେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ମୁଖ୍ୟବକ୍ତା ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାଜଜ ବିଷ୍ଣୁଦେବ ଜେନା, ଫାଷ୍ଟଟ୍ରାକ କୋର୍ଟ ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ରାଉତ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ପୈାରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପୈାରାଧ୍ୟକ୍ଷା ସରିତା ସାହୁ, କାଉନସିଲର ସେକ ଅସଲମ, ସାହିତ୍ୟିକ ଡ. ବାସୁଦେବ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ୪ଜଣଙ୍କୁ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ପାଦକ ରମଣୀରଞ୍ଜନ ରାଉତରାୟ ସଭା ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କରୁଣାକର ଦାସ, ନିରଞ୍ଜନ ମେକାପ, ଜିଲ୍ଲା ଓକିଲ ସଙ୍ଘ ଉପସଭାପତି ହାଡିବନ୍ଧୁ ସିଂହ, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଅକ୍ଷୟପ୍ରିୟ ଦାସ, ସଂଯୋଜକ ସଞ୍ଜୟ କୁମାର ଜେନା, ଗଗନବିହାରୀ ଜେନା, ସତ୍ୟବ୍ରତ ସିଂ, ସେକ ସୈାକତ ଖାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ