ଓଡ଼ିଶା ଆଦଶ ବିଦ୍ୟାଳୟ ସୁନ୍ଦରପାଳର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଓଡ଼ିଶା ଆଦଶ ବିଦ୍ୟାଳୟ ସୁନ୍ଦରପାଳର ୭ମ ବାର୍ଷିକ ଉତ୍ସବ (ଆରୋହଣ-୨୦୨୬ ) ମହା ସମାରୋହରେ ଅନୁଷ୍ଠିତ ହୋଇଯାଉଛି l ବିଦ୍ୟାଳୟରେ ଅଧ୍ୟକ୍ଷା ଶାର୍ମିଳା ରାଉତଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ ସହିତ ସଂସ୍କାରି ହେଵା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା ଯୋଗଦେଇ ଶିକ୍ଷାଲାଭ ପ୍ରତି ଛାତ୍ରମାନେ ଅଙ୍ଗିକାର ବଦ୍ଧ ହେଵା ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ନୀଳ ମାଧବ ସୁନା ଯୋଗଦେଇ ଓଡିଶା ଆଦର୍ଶ ବିଦ୍ୟାଳୟରୁ ବାହାରୁଥିବା ଛାତ୍ରଛାତ୍ରୀ ମାନେ ଆଦର୍ଶ ମଣିଷ ହେଵା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମାଜସେବୀ ଆଲୋକ ସେଠୀ ଯୋଗଦେଇ ଛାତ୍ରଛାତ୍ରୀ ମାନେ ମୋବାଇଲ ଅପବ୍ୟବାହାର ଉପରେ ଯଥେଷ୍ଠ ସଚେତନ ହେଵା ଉଚିତ, ଏଥିପ୍ରତି ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କ ପାଇଁ ଯତ୍ନବାନ ହେଵା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ହଦଗଡର ଅଧ୍ୟକ୍ଷ ଅଧୀର କୁମାର ନାୟକ , ସୋସୋ ଥାନା ଆଇଆଇସି କାନନ ସାହୁ  ପ୍ରମୁଖ ଯୋଗଦେଇ  ବିଦ୍ୟାଳୟ କିପରି ଉତ୍ତମ ମଣିଷ ତିଆରିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ସେ ବିଷୟରେ ଆଲୋକପାତ କରିବା ସହ ଉଭୟ ପିତାମାତା ଓ ଶିକ୍ଷକ ଶିଶୁର ସାମଗ୍ରିକ ବିକାଶରେ ସହାୟକ ହୋଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ l ଶିକ୍ଷୟିତ୍ରୀ ଅଙ୍କିତା ରାଉତ, ଶିକ୍ଷକ ସୋମନାଥ ସାହୁ, ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଲୁନାଲିସା ସାମନ୍ତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ବିଶ୍ବରଂଜନ ମହାନ୍ତି, ରମେଶ ଚନ୍ଦ୍ର ପରିଡା, ବିଭୁ ପ୍ରସାଦ ନାୟକ, ବିନାୟକ ଧନି, ହରେକୃଷ୍ଣ ଜେନା, ରାକେଶ ମହାନ୍ତି, ଭରତ ଦଳେଇ, ଗୌରବ କୁମାର ନାୟକ,ବୈଲୋଚନ ଜେନା, କର୍ମଚାରୀ ସ୍ୱରୂପ ମିଶ୍ର, ଶାନ୍ତନୁ କୁମାର ଜେନା, ନଳିନୀ ପ୍ରଭା ବେଜ୍, ବିଶ୍ୱଜିତ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ଏହି ଅବସରରେ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ