ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଦିବସ ପାଳିତ

ବାଲେଶ୍ବର(ସରୋଜ ପଣ୍ଡା): ଭାରତ ସରକାରଙ୍କ  ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଦିବସ ଗମ୍ଭୀରତାର ସହ ପାଳନ କରାଯାଇଛି। ଠିକ୍ ସକାଳ ୧୧ଟା ସମୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ ମହୋଦୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂଙ୍କ ସହ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦଣ୍ଡାୟମାନ ହୋଇ ଶହୀଦମାନଙ୍କ ସ୍ମୃତିରେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ନିରବ ପ୍ରାର୍ଥନା ପୂର୍ବରୁ ଜିଲ୍ଲାପାଳ ମହୋଦୟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସାଇରନ ବାଜିବା ସହ ନିରବ ପ୍ରାର୍ଥନା ଆରମ୍ଭ ହୋଇଥିଲା ଏବଂ ନିରବ ପ୍ରାର୍ଥନା ସମାପ୍ତି ପରେ ପୁଣି ଥରେ ସାଇରନ ବାଜିଥିଲା। ଏହି ଅବସରରେ ଜିଲ୍ଲାପାଳ ମହୋଦୟ ଦେଶ ଓ ଜାତି ଉଦ୍ଦେଶ୍ୟ ରେ ବଳିଦାନ ଦେଇଥିବା ସମସ୍ତ ବିରପୁତ୍ର ଙ୍କ ଉଦ୍ଦେଶ୍ୱରେ ବକ୍ତବ୍ୟ ରଖିଥିଲେ। ସାଇରନ ବାଜାଇବା ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିୟୋଜିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ