ଚୋରାମଦ ଜବତ: ୪ ଗିରଫ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ପାଟକୁରା ଓ ନିକିରେଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଯମରା ଗ୍ରାମର ଭଗବାନ ମଳିକ(୪୭)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ଗରଜଙ୍ଗା ଗ୍ରାମର ପ୍ରତାପ ଚନ୍ଦ୍ର ପରିଡା(୫୯)ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, ବରତୁଙ୍ଗା ଗ୍ରାମର ବିଜୟ ବସନ୍ତିଆ(୫୨)ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ ଓ ବାଳକାଟି ଗ୍ରାମର ସୁଶାନ୍ତ ମଳିକ(୩୧)ଙ୍କ ଠାରୁ ୩୨ ଲିଟର ଦେଶୀ ଚୋରାମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୦୩ ଲିଟର ଦେଶୀ ଓ ବିଦେଶୀ ଚୋରାମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, କଳ୍ପନା ରାଉତ, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପନିରୀକ୍ଷକ ସୁନୀଲ କୁମାର ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ