ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ରୋକିବା ଓ ଟ୍ରାଫିକ୍ ନିୟମ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଏବଂ ନାବାଳକଙ୍କ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ସକାଶେ ସଚେତନ ହୁଅନ୍ତୁ ଓ ନିରାପଦ ରୁହନ୍ତୁର ବାର୍ତ୍ତା ନେଇ ଆସିକା ଏନ୍‍ଏସି ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ରେଡକ୍ରସ୍‍ ସୋସାଇଟି ଓଡିଶା ରାଜ୍ୟ ଶାଖା ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍‍ର ସଂଯୋଜିକା ତଥା ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିୟମ୍ବଦାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ର‌୍ୟାଲି ଶିକ୍ଷାନୁଷ୍ଠାନ ନିକଟରୁ ବାହାରି ଖମ୍ବେଶ୍ୱରୀପାଟଣା, ଅଶୋକ ସିନେମା ରୋଡ, ହାଟପଦା ଅଞ୍ଚଳ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ତଥା ପଥପ୍ରାନ୍ତ ସଭାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ର ଯୋଗଦେଇ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ନାବାଳକ ମାନଙ୍କ ଗାଡି ଚାଳନା ରୋକିବା ଉପରେ ଅଭିଭାବକ ମାନେ ଯତ୍ନବାନ୍ ହେବାକୁ ଆହ୍ନାନ କରିବା ଦୁଇଚକିଆ ଯାନ ଚଳାଇବା ସମୟରେ ହେଲ୍‌ମେଟ୍ ବ୍ୟବହାର କରିବା ଓ ଚାରିଚକିଆ ଯାନରେ ବସିବା ସମୟରେ ସିଟ୍ ବେଲ୍‌ଟ୍ ପରିଧାନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚାଳନା ସମୟରେ ମୋବାଇଲରେ କଥା ନହେବା, ଦୁଇଚକିଆ ଯାନରେ ତିନିଜଣ ନ ବସିବା, ଦୃତ ଗତିରେ ଗାଡି ନ ଚଳାଇବା, ଓଭର୍‍ଟେକ୍‍ ନକରିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରିଥିବା ଳକ୍ଷ୍ୟ କରାଯାଇଥିଲା। ଆସିକା ଏନ୍‍ଏସି ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ତଥା ଜୁନିୟର ରେଡକ୍ରସ୍‍ର ସଂଯୋଜିକା ସୁଶ୍ରୀ ପ୍ରିୟମ୍ବଦା, ସହକାରୀ ଶିକ୍ଷୟିତ୍ରୀ ବାଣିଶ୍ରୀ ପଣ୍ଡା, ନମିତା ପାଣି, ଇନ୍ଦିରା ଦାଶ, ପଦ୍ମାବତୀ ଦୋରା, ରଶ୍ମିତା ପାତ୍ର, ପି.ରୋଜା, ଅମ୍ରିତା ପାତ୍ର, ପ୍ରଶାନ୍ତ କୁମାର ପାଣି, ଅଣଶୈକ୍ଷିକ କର୍ମଚାରୀ ଅମ୍ବୁପାଣି ସାହୁ, ସୁଶାନ୍ତ କୁମାର ସାହୁ, ନୟନି ବେହେରାଙ୍କ ସମେତ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ଜିଲ୍ଲା ଶିକ୍ଷାବିଭାଗର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ