ଢୁଙ୍କାପଡାରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତରେ ଫେବୃୟାରୀ ୦୨ ତାରିଖ ଦିନ  ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତହସିଲଦାର ଦୀପ୍ତିମୟୀ ପାତ୍ର, ଏବିଡିଓ ସମାନ ବେହେରା, ଆଇଆଇସି କୌଶିକ ମାଝୀ ପ୍ରମୁଖ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଜନଶୁଣାଣି କାର୍ଯ୍ୟକ୍ରମରେ ଢୁଙ୍କାପଡା ପଞ୍ଚାୟତର ଢୁଙ୍କାପଡା, ବଉଦିଆ ପଲ୍ଲୀ, କଣିଆ ପଲ୍ଲୀ, ପାଇକରା ପଲ୍ଲୀ ଓ ରାମକୃଷ୍ଣ ନଗର ଗ୍ରାମର ଜନସାଧାରଣଙ୍କ ଅଭିଯୋଗ ପଞ୍ଜିକରଣ କରିଥିଲେ । ମୋଟ ୩୬ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯ ଟି ଅଭିଯୋଗର ଶିବିରରେ ସମାଧାନ ହୋଇଥିଲା ।  ୭ଜଣଙ୍କୁ ରାସନ୍ କାର୍ଡ ଓ ୧୨ ଜଣଙ୍କୁ ଘରପଟ୍ଟା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସିମାଞ୍ଚଳ ସେଠୀ, ସମିତିସଭ୍ଯା ସଂଯୁକ୍ତା ବାଦତ୍ୟା, ସିଡିପିଓ ତିଳୋତ୍ତମା ରାଉତ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ଇନ୍ଦ୍ରମଣି ସାହୁ, ଢୁଙ୍କାପଡା ମେଡିକାଲ ଅଫିସର ଡାକ୍ତର ଅଞ୍ଜଳି ପଣ୍ଡା, ଡାକ୍ତର ରାଜପ୍ରସାଦ ଖଟୁଆ, ବାଘୁଆ ଜଳସେଚନ ସହକାରୀ ଯନ୍ତ୍ରୀ କେଶବ ଖଟେଇ, ଟିପିଏସ୍ଓଡିଏଲ ଯନ୍ତ୍ରୀ ଆକାଶ କୁମାର ଜେନା, ଆଇପିଓ ତୁଷାର କାନ୍ତ ମହାନ୍ତି, ଫିସେରି ଜେଏଫଟିଏ ନାରାୟଣ ସେଠୀ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗଦେଇଥିଲେ।  ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପିଇଓ, ଏଡିଓ, ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ