ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ଉପଲକ୍ଷେ ପ୍ରସ୍ତୁତି

ବାଲେଶ୍ବର(ସରୋଜ ପଣ୍ଡା): ୩ ଫେବୃଆରୀ ୨୦୨୬ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ , ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର ଗସ୍ତ  କରିବେ । ଏହି ଅବସରରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଭାବରେ ଚାଲିଛି । କାର୍ଯ୍ୟକ୍ରମ ଅନୁଯାୟୀ, ମହାମହିମ ରାଷ୍ଟ୍ରପତି  ହେଲିପ୍ୟାଡରେ ଅବତରଣ କରି ସରିଲା  ପରେ ନବନିର୍ମିତ ୧୦୦୦ ଆସନ କ୍ଷମତା ବିଶିଷ୍ଟ ଅଡିଟୋରିୟମ୍‌ର ଉଦଘାଟନ କରିବେ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିବେ । ତା’ପରେ ସେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ (Convocation) ସମାରୋହରେ ଅଂଶଗ୍ରହଣ କରିବେ । ତାଙ୍କ ସହିତ ଚାନ୍ସେଲର ବା ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ପତି ଙ୍କ ସମେତ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଏବଂ ଯୁବ ବ୍ୟାପାର ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ମାନ୍ୟବର ମନ୍ତ୍ରୀ ଗୃହ  ଏବଂ ନଗର ଉନ୍ନୟନ ଓ ସାର୍ବଜନୀନ ଉଦ୍ୟୋଗ ବିଭାଗ   ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ( ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି)  ଙ୍କ ସମେତ ସମସ୍ତ ମାନ୍ୟବର ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ।
ଏହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସଫଳ କରିବା ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା, ପ୍ରୋଟୋକଲ, ଯାତାୟାତ, ସ୍ୱଚ୍ଛତା, ବିଦ୍ୟୁତ ଯୋଗାଣ ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଜିଲ୍ଲା ପ୍ରଶାସନ ଓ ବିଶ୍ୱବିଦ୍ୟାଳୟର ଉଚ୍ଚ ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟର ନିକଟରୁ ନିରୀକ୍ଷଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ