ମାଓବାଦୀ ଦମ୍ପତିଙ୍କ ସରକାରଙ୍କୁ ଚାରଟି ପ୍ରସ୍ତାବ: ରାଜିହେଲେ ଖୁବ ଶୀଘ୍ର ଆତ୍ମସମ ର୍ପଣ କରିବୁ ନିଖିଳ ଟପ ମାଓ ନେତା!
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ମାର୍ଚ୍ଚ ୩୧ ଡେଡ ଲାଇନ ଆତ୍ମସ୍ମର୍ପଣ କରି ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ପାଇଁ ନକ୍ସଲଙ୍କୁ ଚେତାବନୀ ଦେଇଛନ୍ତି। ଦେଶରେ ବିଭିନ୍ନ ରାଜ୍ୟରେ ବନେକ ନକ୍ସଲ ଆତ୍ମସ୍ମର୍ପଣ କରୁଛନ୍ତି ତ ନଚେତ ଯବାନଙ୍କ ଗୁଳିରେ ମୃତ୍ୟୁ ମୁଖରେ ପଡୁଛନ୍ତି। ରାଜ୍ୟର ଅନେକ ବଡ଼ ବଡ଼ କେଡରଙ୍କ ମୃତ୍ୟୁ ହୋଥିବା ବେଳେ ଅନେକ ନକ୍ସଲ ବିଭିନ୍ନ ସ୍ଥାନରେ ଲୁଚିଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ମୁଖ୍ୟ କୁହାଯାଉଥିବା ବା.ଘୁ.ନା, ନିୟମଗିରି ଏରିଆ କମିଟି ଓ ରଜ୍ୟ କମିଟି ଟପ ସଦସ୍ୟ ଦମ୍ପତି ନିଖିଳ(ନିରଞ୍ଜନ ରାଉତ) ଓ ସ୍ତ୍ରୀ ଇନ୍ଦୁ (ଅଙ୍କିତା, ଓରଫ ରଶ୍ମିତା ଲେଙ୍କା )ରାଜ୍ୟ ସରକାର ଓ ଗୃହ ବିଭାଗକୁ ଚାରଟି ପ୍ରସ୍ତବରେ ରାଜିହେଲେ ଆମେ ଦୁହେଁ ଖୁବ ଶୀଘ୍ର ଆତ୍ମସମର୍ପଣ କରିବୁ ଓ ଅନ୍ୟ ସାଥି ମାନଙ୍କୁ ଗାଣତାନ୍ତ୍ରିକ ପଧତିକୁ ମୁଖ୍ୟ ଶ୍ରତରେ ସାମିଲୀ କରିବା ପାଇଁ ପ୍ରବତାଇବୁ ବୋଲି ଏକ ପ୍ରେସ ବିବୃତି ଜାରି କରିଛନ୍ତି। ପ୍ରଥମେ–1) ଆମେ ଦେଶର ଗଣତନ୍ତ୍ର ଓ ଆଇନ ଗତ ବ୍ୟବସ୍ଥାରେ ମଧ୍ୟରେ ଶୋଷିତ, ନିସ୍ପେଷିତ, ଦଳିତ,ଆଦିବାସୀ ମହିଳା,କୃଷକ, ଅଳ୍ପ ସଂକ୍ଷକ,ମଧ୍ୟବିତ୍ତ, ଉତପେଡିତ ସମ୍ଭିଧାନିକ ଲଢେଇ ନିଜର ହକ ଅଧିକାର ପାଇଁ ଲଢେଇ କରୁଥିବା ଜଳ ଜମି ଜଙ୍ଗଲ, ଇଯତକର ଅଧିକାର ପାଇଁ କାର୍ଯ୍ୟ କରିଵାକୁ ଚାହୁଁ ବୋଲି ଉଲେଖ ରହିଛି। ଦ୍ଵିତୀୟ(2) ଆତ୍ମସମର୍ପଣ ପରେ ଆମ୍ଭ ଦୁଇଜଣଙ୍କୁ କୌଣସି ପ୍ରକାର ମାଓବାଦୀ ବିରୋଧ ରେ ଅସ୍ତ୍ରସସ୍ତର ଧରାଇ ଜନବିରୋଧୀ ଆନ୍ଦଲୋନରେ ଆମକୁ ନିଜିତ କରାନଯାଇ। ତୃତୀୟ (3)ପୂର୍ବରୁ ମାଓବାଦୀ ନେତା ଆଜାଦ, ଶବ୍ୟସାଚୀ ପଣ୍ଡାଙ୍କୁ ଜେଲରେ ଭର୍ତ୍ତିକାରୀ ରଖା ଯାଇଛି ଏହା ସରକାରଙ୍କ ଆଇନ ବିରୋଧ ବୋଲି କହିଛନ୍ତି।ସରକାର ଆତ୍ମ ସମର୍ପଣ ନୀତି ଲାଗୁ କରିଛନ୍ତି କିନ୍ତୁ ତାହା ଆତ୍ମ ସମର୍ପଣ କରିଥିବା ମାଓବାଦୀ ଉପରେ ଲାଗୁ କରିନଥିବାରୁ ସରକାର ଉପରେ ବିଶ୍ଵନିୟତା ଆସୁନି ତେଣୁ ଉକ୍ତ ନୀତି କାର୍ଯ୍ୟକାରୀ କରନ୍ତୁ।ଚଥୁର୍ଥ ଦେଶର ବିଭିନ୍ନ ପ୍ରନ୍ତରେ ମାଆ ମାଟି ଜଳ ଜମି ଜଙ୍ଗଲ, ପ୍ରବେଶ ସୁରକ୍ଷା ସାମ୍ବିଧାନିକ ହକ ଅଧିକାର ପାଇଁ ଲଡ଼ୁଥିବା ସୁରକ୍ଷା କର୍ମୀଙ୍କ ଉପରେ ଦମନ କରାଯାଉଛି ତାହା ବନ୍ଦ କରାଯାଉ।ରାଜ୍ୟ ସରକାର ଜନ ଆନ୍ଦୋଳନ କୁ ବିରୋଧ ନକରି ସେଠାର ଜନମତକୁ ସନମାନ ଦିଅନ୍ତୁ।ଗଣତନ୍ତ୍ର ଆନ୍ଦୋଳନ କୁ ଗୋଳା ନାଚପି ଗଣତନ୍ତ୍ରକୁ ସ୍ୱାଧୀନତା ଓ ମୁକ୍ତ ଚିନ୍ତାଧାରା ରେ ପ୍ରତ୍ସାହିତ କରନ୍ତୁ। ଆମେ ଦ୍ୱୟ ଶହସ୍ତ୍ର ତ୍ୟାଗକାରୀ ଭାରତୀୟ ସମ୍ଭିଧାନ ରାସ୍ତାକୁ ଫେରିଆସିବା ଓ ଆତ୍ମ ସମର୍ପଣ କରି ସମସ୍ତ ବିପ୍ଲବୀ ଲୋକ ସମାଜ ସେବି,ଶୁଭ ଚିନ୍ତକ ଓ ସମର୍ଥକଙ୍କୁ ଦୁଃଖ ଲାଗିପାରେ।ସେଥିପାଇଁ ସେମାନଙ୍କ ନିକଟରର ନିସର୍ଥ କ୍ଷମା ପାର୍ଥନା କରୁଛୁ। ଆଜିର ପରିସ୍ଥିତିରେ ସହସ୍ତ୍ର ଚଲାଇବା ଠିକ ହେବନାହିଁ।ବରଂ ଜନବାଦି ରାସ୍ତାରେ ଜନ ଆନ୍ଦୋଳନ ଚଲାଇବା ଠିକ ହେବ। ଉକ୍ତ ବିଷୟକୁ ବୁଝିବେ ବୋଲି ଆମର ଆଶା ବୋଲି ରାଜ୍ୟର ଟପ ମାଓବାଦୀ କେଡର ନିଖିଳ ଓ ତାଙ୍କ ପତ୍ନୀ ଇନ୍ଦୁ (ଅଙ୍କିତା ଓରଫ ରଶ୍ମିତା ଲେଙ୍କା )ଏକ ପ୍ରେସ ବିବୃତି ରେ ଉଲେଖ କରିଛନ୍ତି।ଦୀର୍ଘ ଦୁଇ ଦଶନ୍ଦି ଧରି ଗଞ୍ଜାମ ଫୁଲବାଣୀ, ବୌଦ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ଛତିଶଗଡ଼, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି ଜିଲ୍ଲା ମାନଙ୍କରେ ନିଜର ଆଧିପତ୍ୟ ଜାହିର କରି ଜଳ ଜମି ଜଙ୍ଗଲ ପାଇଁ ଅଗ୍ନାତନ୍ତ୍ରିକ ହିସାବରେ ସରକାରୀ ବିରଧୀ କାର୍ଯ୍ୟକ୍ରମ ଚଲାଈ ଆସୁଥିବା ରାଜ୍ୟ ମାଓବାଦୀ କମିଟି ସଦସ୍ୟ ନିଖଲ ଵର୍ତମାନ ସରକାର ସମସ୍ତ ଚାରଟି ସର୍ତ୍ତ ମାନିଲେ ସେ ଓ ତାଙ୍କ ସ୍ତ୍ରୀ ଆତ୍ମ ସମର୍ପଣ କରିବେ ଏକା ଦକ୍ଷିଣ ଓଡିଶା, ଆନ୍ଦ୍ର ପ୍ରଦେଶ, ପଶ୍ଚିମ ଓଡିଶା ପାଇଁ ସୁଖବ ବୋଲି ଚର୍ଚା ହେଉଛି।


